ଖରା ଦିନ ନ ଆସୁଣୁ କରଡ଼ାଗାଡଡ଼ିଆରେ ଜଳ ସମସ୍ୟା ଉତ୍କଟ: ପିଇବା ପାଣି ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ଥାନୀୟ ଲୋକ

You are currently viewing ଖରା ଦିନ ନ ଆସୁଣୁ କରଡ଼ାଗାଡଡ଼ିଆରେ ଜଳ ସମସ୍ୟା ଉତ୍କଟ: ପିଇବା ପାଣି ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ଥାନୀୟ ଲୋକ

ଅନୁଗୁଳ: ଖରା ଦିନ ନ ଆସୁଣୁ ପାଣି ପାଇଁ ଆଉଟୁପାଉଟୁ ହେଲେଣି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କରଡାଗାଡିଆ ଗ୍ରାମବାସୀ। ସୂର୍ଯ୍ୟଙ୍କ ପ୍ରକୋପ ବଢ଼ିବ ସହ ସ୍ଥାନୀୟ ଅଞ୍ଚଳରେ ଜଳ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାକାର ଲୋକ ଫେବ୍ରୁଆରୀ ମାସରୁ ମେ’-ଜୁନ ମାସ ଭଳି ପାନୀୟ ଜଳ ସମସ୍ୟା ଭୋଗୁଥିବା ନେଇ ଅଭିଯୋଗ କରିଛନ୍ତି। ଏଣୁ ଜଳ କଷ୍ଟ ଦୂର କରିବାକୁ ସ୍ଥାନୀୟ ଲୋକେ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, କରଡାଗାଡିଆ ୨ ନମ୍ବର ୱାର୍ଡରେ ପ୍ରାୟ ତିନି ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ଦୁଇ ବର୍ଷ ହେବ ଏଠାରେ ପାଣି ପାଇପ କାମ ଆରମ୍ଭ ହୋଇଥିଲେ ହେଁ ଏବେ ଯାଏଁ ଶେଷ ହୋଇପାରିନାହିଁ। କାମ ସେମିତି ଅଧାପନ୍ତରିଆ ହୋଇ ପଡ଼ି ରହିଛି।

ଏନେଇ ଗାଁ ଲୋକ ମାନେ ସ୍ଥାନୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଣୁ ଗ୍ରାମବାସୀ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅନୁଗୁଳ ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂରରେ ଏହି ଗ୍ରାମ ଥିବା ବେଳେ ନିକଟରେ ଡେରେଜାଙ୍ଗ ଡ୍ୟାମ୍ ଅଛି। କିନ୍ତୁ ଏବେ ଠୁ ପିଇବା ପାଣି ସମସ୍ୟା ଉତ୍କଟ ହୋଇଗଲାଣି। ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏଣୁ ଜିଲ୍ଲାପାଳ ଗାଁ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିବେ ବୋଲି ସ୍ଥାନୀୟ ଲୋକେ ଆଶା ବାନ୍ଧିଛନ୍ତି। ଏଣୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି।

Share

Leave a Reply