ଛୋଟ ଚାଷୀଙ୍କ ମୁହଁରେ ହସ ଫୁଟାଉଛି ତରଭୁଜ

You are currently viewing ଛୋଟ ଚାଷୀଙ୍କ ମୁହଁରେ ହସ ଫୁଟାଉଛି ତରଭୁଜ

ଅନୁଗୁଳ: ଖରା ଦିନ ଆସିଲେ ଆମ୍ବ ଓ ତରଭୁଜ କଥା ପ୍ରଥମେ ମନକୁ ଆସେ।ବର୍ତ୍ତମାନ ଅନୁଗୁଳ ମାର୍କେଟରେ ରାୟପୁର,ମୁମ୍ବାଇ,କଲିକତା ତରଭୁଜ ଭର୍ତି ହୋଇଗଲାଣି। ପୂର୍ବରୁ ଅନୁଗୁଳ ଜିଲ୍ଲାରେ ତରଭୁଜ ଚାଷକୁ କେହି ଗୁରୁତ୍ବ ଦେଉନଥିଲେ।ଏବେ ଉଦ୍ୟାନ କୃଷି ବିଭାଗ ଅନୁଗୁଳ ପକ୍ଷରୁ ଏଥିପାଇଁ ଅନେକ ଗୁରୁତ୍ବ ଦିଆଯାଉଛି।ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ ଚାଷୀ ମାନଙ୍କୁ ସଚେତନ କରୁଛନ୍ତି ବିଶେଷ କରି ପାଲଲହଡ଼ା ଉପଖଣ୍ଡରେ ତରଭୁଜ ଚାଷ ବେଶ ଲୋକପ୍ରିୟ ହୋଇ ପାରିଛି। ଗତ ବର୍ଷା ଋତୁରେ ବତିଶୁଆଁ,ରଞ୍ଜଣାରେ ପ୍ରାୟ ୧୩ ଏକର ତରଭୁଜ ଚାଷ କରାଯାଇଛି।

ସେହିଭଳି ବଡ଼ସଡା,ପେଚାମୁଣ୍ଡି,ସଲଡ଼ା, କଣ୍ଟାଳ ଆଦି ଅଞ୍ଚଳରେ ୧୨୦ ଜଣ ଚାଷୀ କାଜଲ ଭେରାଇଟିର ପ୍ରାୟ ୧୭୦ ଏକର ତରଭୂଜ ଚାଷ କରିଛନ୍ତି। ସେହିଭଳି ବନ୍ଧାଣଭୁଇଁ ପଞ୍ଚାୟତର ଗୋପପୁର ଅଞ୍ଚଳରେ ୨୦୨୨-୨୩ ଆର୍ଥିକ ବର୍ଷ ଅବସରରେ ଆଇଏଫଏଡି ଓ ଓପିଲିପ ସହାୟତାରେ ତରଭୁଜ ଚାଷ କରାଯାଇଛି। ଏହି ତରଭୁଜ ଚାଷ ଦ୍ଵାରା ପାଲଲହଡ଼ା ଅଞ୍ଚଳରେ ଚାଷୀ ମାନେ ଆର୍ଥିକ ଦୃଷ୍ଟିରୁ ବେଶ ସ୍ବାବଲମ୍ବୀ ହୋଇପାରିଛନ୍ତି।

Share

Leave a Reply