ମାତ୍ର ୬୫୦୦ ଟଙ୍କାରେ ଏକ ଏକର ଜମିରେ ହେଉଛି ଧାନ ଚାଷ, ଯାନ୍ତ୍ରିକ ଧାଡ଼ି ବୁଣା ପଦ୍ଧତି ଦେଉଛି ପ୍ରଚୁର ଲାଭ

You are currently viewing ମାତ୍ର ୬୫୦୦ ଟଙ୍କାରେ ଏକ ଏକର ଜମିରେ ହେଉଛି ଧାନ ଚାଷ, ଯାନ୍ତ୍ରିକ ଧାଡ଼ି ବୁଣା ପଦ୍ଧତି ଦେଉଛି ପ୍ରଚୁର ଲାଭ

ଅନୁଗୁଳ: ତାଳଚେର ସାମାଜିକ ସଂଗଠନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ ଏବଂ କଣିହାଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସୁସୁବା, ରେଙ୍ଗାଳି, କର୍ଣ୍ଣପାଳ, କୁଲେଇସାନ, ବଡ଼ ତ୍ରିବିଡା, ବିଜିଗୋଳ କମରେଇ, ହନୁମାନପୁର୍ ଏବଂ ବାଲି ପଶି ଇତ୍ଯାଦି ପଞ୍ଚାୟତରେ ଯାନ୍ତ୍ରିକ ଧାଡ଼ିବୁଣା ପଦ୍ଧତି(ଡି.ଏସ୍.ଆର୍)ମାଧ୍ୟମରେ ଧାନ ଚାଷ ଚାଲିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସହକାରୀ କୃଷିଯନ୍ତ୍ରୀ, ଯୋଜନା ଅଧିକାରୀ, ସ୍ଥାନୀୟ ବ୍ଲକ କୃଷି ଅଧିକାରୀ , କୃଷି ଗ୍ରାମ ସେବକଙ୍କ ତତ୍ତ୍ଵାବଧାନରେ ଚଳିତବର୍ଷ ୧୭୦ ହେକ୍ଟର ଜମିରେ ଚାଷ କରାଯାଇଛି। ପୂଜା, ହଜାରେ ଏକ, କଳାଚମ୍ପା, ସ୍ଵର୍ଣ୍ଣ, ହଜାରେ ପଞ୍ଚସ୍ତରୀ, ନାଲି ଜଗନ୍ନାଥ, ଲକ୍ଷ୍ମୀ ବିଳାସ ପ୍ରଭୃତି ନିଜସ୍ୱ କିସମ ଧାନକୁ ବିଶୋଧନ କରିବା ସହ ଚାଷୀମାନେ ସଫଳତାର ସହ ଧାନ ଚାଷ କରୁଛନ୍ତି।

ଏଥିରେ ଏକ ଏକରକୁ ସମସ୍ତ ଖର୍ଚ୍ଚ ମିଶାଇ ମାତ୍ର ୬୫୦୦ରୁ ୧୦ ହଜାର ଟଙ୍କା ଖର୍ଚ୍ଚ ହେବା ସହ ପରିଶ୍ରମ ମଧ୍ୟ କମ୍ ପଡ଼ୁଛି। ତେବେ କେବଳ ଧାନ ନୁହେଁ, ମୁଗ, ବିରି, ରାଶି, ମାଣ୍ଡିଆ, ସୂର୍ଯ୍ୟମୁଖୀ, ସୋରିଷ ଆଦି ଫସଲକୁ ମଧ୍ୟ ଏହି ପଦ୍ଧତିରେ କମ୍ ସମୟ ଓ ସ୍ଵଳ୍ପ ଖର୍ଚ୍ଚରେ କରିହେବ।

ଅନୁଷ୍ଠାନର କୃଷିବିତ ପ୍ରଭାତ କୁମାର ବୈଦ୍ୟ, କର୍ମକର୍ତ୍ତା ପ୍ରଦ୍ୟୁମ୍ନ କୁମାର ପ୍ରଧାନ, ସନ୍ଦିପ୍ତା ବିରୁବ୍ରହ୍ମ, ମହାଦେବ ଦାସ, ମନୋରଞ୍ଜନ ସ୍ଵାଇଁ, ମମତାରାଣୀ ବିଶିମାଝୀ ଏବଂ ସମ୍ପୃକ୍ତ୍ ଗ୍ରାମର କୃଷକ ସାଥୀ ପ୍ରଭୃତି ତଦାରଖ କରୁଛନ୍ତି।

Share

Leave a Reply