ଓଡିଶା ବନାରାଜିକ ମହାବିଦ୍ୟାଳୟରେ ନୂତନ ବ୍ୟାଚ୍ ତାଲିମ ଆରମ୍ଭ

You are currently viewing ଓଡିଶା ବନାରାଜିକ ମହାବିଦ୍ୟାଳୟରେ ନୂତନ ବ୍ୟାଚ୍ ତାଲିମ ଆରମ୍ଭ

ଅନୁଗୁଳ: ସ୍ଥାନୀୟ ଓଡ଼ିଶା ବନାରାଜିକ ମହାବିଦ୍ୟାଳୟରେ ୨୨-୨୩ ବର୍ଷର ନୂତନ ଫରେଷ୍ଟ ରେଞ୍ଜର୍ସଙ୍କର ତାଲିମ ଆରମ୍ଭ ହୋଇଛି। ଏ ଅବସରରେ ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଶଶୀ ପଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ବନ ମଣ୍ଡଳର ବନ ସଂରକ୍ଷକ ଏମ.ଯୋଗାଜୟନନ୍ଦ ଓ କଟକ ଫରେଷ୍ଟ ଟ୍ରେନିଂ ମହାବିଦ୍ୟାଳୟ ମୁଖ୍ୟ ବନ ସଂରକ୍ଷକ ଅକ୍ଷୟ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ବୁଝାଇଥିଲେ।

ଚଳିତ ବର୍ଷର ନୂତନ ବ୍ୟାଚରେ ଓଡ଼ିଶାରୁ ୩୧ଜଣ ଓ ଛତିଶଗଡ଼ରୁ ୨ ଜଣ ଛାତ୍ରଛାତ୍ରୀ ଫରେଷ୍ଟ ରେଞ୍ଜର୍ସ କଲେଜରେ ଅଧ୍ୟୟନ ପାଇଁ ଯୋଗଦେଇଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବନଖଣ୍ଡ ଅଧିକାରୀ ବିବେକ କୁମାର, ପ୍ରୋବେସନ ଅଫିସର ସୁନି ଖୁଖାର, ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ଏସ ଆନନ୍ଦ, ସାତକୋଶିଆ ବନଖଣ୍ଡ ଏସିଏଫ ଶୁଭେନ୍ଦୁ ବେହେରା, ଫରେଷ୍ଟ ରେଞ୍ଜର୍ସ ଟ୍ରେନିଂ କଲେଜର ମୁଖ୍ୟ ଏସ.କେ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply