୮ ଦିନ ପରେ ଅନୁଗୁଳ ମହୋତ୍ସବ: ଛେଣ୍ଡିପଦା ଓ ଆଠମଲ୍ଲିକରେ ମଶାଲ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ

You are currently viewing ୮ ଦିନ ପରେ ଅନୁଗୁଳ ମହୋତ୍ସବ: ଛେଣ୍ଡିପଦା ଓ ଆଠମଲ୍ଲିକରେ ମଶାଲ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ

ଅନୁଗୁଳ: ଦଶମ ଜିଲ୍ଲା ମହୋତ୍ସବ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକର ପ୍ରସିଦ୍ଧ ମା ବାୟାଣୀ ପୀଠରୁ ମଶାଲ ଶୋଭାଯାତ୍ରା ବାହାରିଛି। ଏହି ଶୋଭାଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରି ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ମନ୍ଦିରରେ ପହଞ୍ଚିଥିଲା।
ଅନୁଗୁଳ ଏପିଡି ପଦ୍ମନାଭ ସାମନ୍ତରାୟ ଓ ଭୂଅର୍ଜନ ଅଧିକାରୀ ରତନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ମା’ ବାୟାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ସୁଶାନ୍ତ ବେହେରା, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ବିଡିଓ ତ୍ରିବିକ୍ରମ କୁମୁରା, ତହସିଲଦାର ଡାନିଏଲ ଏକ୍କାଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଯୋଗ ଦେଇଥିଲେ। ଶୋଭାଯାତ୍ରା ଛେଣ୍ଡିପଦା ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ସୁଦୀପ୍ତ ପ୍ରଧାନ, ଅଗସ୍ତି ବେହେରାଙ୍କ ସମେତ ଗ୍ରାମବାସୀ ମଶାଲକୁ ସ୍ୱାଗତ କରିଥିଲେ।

ଏହି ମଶାଲ ଡାହିବର, କଂକୁରପାଳ, ଚାଙ୍ଗୁଡ଼ିଆ, ସନ୍ତରାବନ୍ଧ ଗ୍ରାମ ଅତିକ୍ରମ କରି ଗୋପାଳ ପ୍ରସାଦ ମା ହିଙ୍ଗୁଳା ପୀଠରେ ପହଞ୍ଚିଥିଲା।
ସେହିପରି ଅନ୍ୟ ଏକ ମଶାଲ ଶୋଭାଯାତ୍ରା ଆଠମଲ୍ଲିକର ପ୍ରସିଦ୍ଧ ଶୈବପୀଠ ଦେଉଳଝରିରୁ ବାହାରି ଜରପଡା, ନାଉପଦା, ବାଲିପଟା ଦେଇ ଛେଣ୍ଡିପଦାରେ ପହଞ୍ଚିଥିଲା। ପରେ କୋଶଳା ଯାଇ ସେଠାରୁ କୁମୁଣ୍ଡା ରାସ୍ତାଦେଇ ଗୋପାଳ ପ୍ରସାଦରେ ପହଞ୍ଚିଥିଲା।

କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ପରିଷଦ, ବ୍ଲକ ଓ ତହସିଲ ପ୍ରଶାସନ, ପୋଲିସ ଓ ଜନପ୍ରତିନିଧିଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରିବାକୁ ପ୍ରସ୍ତୁତି କରାଯାଇଥିଲା।

Share

Leave a Reply