ଆଠମଲ୍ଲିକର ନୂତନ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ବିଜେଡି କର୍ମୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

You are currently viewing ଆଠମଲ୍ଲିକର ନୂତନ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ବିଜେଡି କର୍ମୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ବଇଣ୍ଡା: ଆଠମଲ୍ଲିକର ନୂତନ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ବୁଧବାର ଦିନ ଦଳୀୟ ବିଜେଡି କର୍ମୀମାନେ କିଶୋରନଗର ବ୍ଲକ ତୁରୁଡାସ୍ଥିତ ନିଜସ୍ୱ ବାସ ଭବନରେ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

ଆଗାମୀ ଦିନରେ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର କିପରି ବିକାଶ ହେବ ଏ ଅବସରରେ ସେ ଆଲୋଚନା କରିଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ସଂଜୀବ ସାହୁଙ୍କ ଠାରୁ ୧୬୦୫୮ ଟି ଭୋଟରେ ବିଜୟୀ ହୋଇଛି। ଏହି ବିଜୟ ଲୋକଙ୍କ ଆଶୀର୍ବାଦ ଯୋଗୁଁ ହୋଇଛି ବୋଲି ସେ କହିଛନ୍ତି।

ତାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଜିଲ୍ଲା ପରିଷଦ ସଦସ୍ୟା ଅନୁପମା ସାହୁ, ବିଜେଡି ନେତା ସନ୍ତୋଷ କୁମାର ପ୍ରଧାନ, ରଞ୍ଜନ କୁମାର ସାହୁ, ସୁନିଲ ବିଶ୍ବାଳ, ଆରୁଣୀ ଆଚାର୍ଯ୍ୟ, ସରପଞ୍ଚ ଜିତେନ୍ଦ୍ର କୁମାର ସାହୁ, ମନୋଜ କୁମାର ମହାପାତ୍ର, ସୁମିତ ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Share

Leave a Reply