ପିସିସି ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ, ଦୌଡ଼ରେ ଭକ୍ତ, ମୋକିମ, ଶ୍ରୀକାନ୍ତ

You are currently viewing ପିସିସି ସଭାପତି ପାଇଁ  ଚୟନ ପ୍ରକ୍ରିୟା ଆରମ୍ଭ, ଦୌଡ଼ରେ ଭକ୍ତ, ମୋକିମ, ଶ୍ରୀକାନ୍ତ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଓଡ଼ିଶା କଂଗ୍ରେସର ପିସିସି ସଭାପତି ପାଇଁ ଚୟନ ପ୍ରକ୍ରିୟା। ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ ଆରମ୍ଭ ହେବ। ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବାଛିବା ଲାଗି ଆଜି ଓଡ଼ିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନ। ଏହି ଦୁଇ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ। ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ।

ଅପରାହ୍ଣ ଗୋଟାଏରୁ ରାତି ୧୦ଟା ଯାଏଁ ଏହି ଦୁଇ ବରିଷ୍ଠ ନେତା ବୈଠକ କରିବେ। ପ୍ରଥମେ ଷ୍ଟିଅରିଂ କମିଟି ସହ ସେଦୁହେଁ ଆଲୋଚନା କରିବେ। ଏହାପରେ ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବି ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା ବି କରିବେ ଦୁଇ ନେତା।

ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ଦୌଡ଼ରେ ବରିଷ୍ଠ ନେତା ଭକ୍ତ ଦାସ, ମହମ୍ମଦ ମୋକିମ ଏବଂ ଶ୍ରୀକାନ୍ତ ଜେନାଙ୍କ ନାଁ ଆଗରେ ରହିଥିବା ଚର୍ଚ୍ଚା ହେଉଛି।

Share

Leave a Reply