ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଧୀନ ହୁଲୁରିସିଙ୍ଗା ଅଞ୍ଚଳର ଅଭୟ ଚନ୍ଦ୍ର ପରିଡା (୪୦) ତାଙ୍କ ପତ୍ନୀ ଓ ସାନ ଝିଅର ନିଖୋଜ ଘଟଣା ନେଇ ସୋମବାର ଥାନାରେ ଏତଲା ଦାଖଲ କରିଛନ୍ତି। ଅଭୟଙ୍କ ଅଭିଯୋଗ ମୁତାବକ, ତାଙ୍କ ପତ୍ନୀ ଓ ଝିଅ ସୋମବାର ବ୍ୟାଙ୍କ ଯିବା କହି ଘରୁ ବାହାରିଥିଲେ, କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ଏତଲା ଦିଆଯାଇଛି। ଏହାର ଆଧାରରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।
ପତ୍ନୀ ଓ ଝିଅ ନିଖୋଜ, ଥାନାରେ ଏତଲା
- Post published:September 24, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul