ଅନୁଗୁଳ: ଅନୁଗୁଳର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ହୃଷୀକେଶ ପ୍ରଧାନଙ୍କ ଧର୍ମପତ୍ନୀ ଘୃତଲତା ପ୍ରଧାନଙ୍କ ଜରାସିଂହା ସ୍ଥିତ ବାସଭବନରେ ମଙ୍ଗଳବାର ସକାଳ ୯ ଟା ସମୟରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା ପ୍ରାକ୍ ସ୍ୱାଧୀନତା କାଳରେ ଗାନ୍ଧିଜୀଙ୍କ ଡାକରାରେ ସ୍ଵାମୀ ହୃଷୀକେଶ ଯେତେବେଳେ ଇଂରେଜଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ ସେତେବେଳେ ଘୃତଲତା ତାଙ୍କୁ ଦୃଢ଼ ସମର୍ଥନ ଦେଇଥିଲେ। ହୃଷୀକେଶ ବିଭିନ୍ନ ସମୟରେ ଅନୁଗୁଳ,କଟକ ଓ ପରେ ବ୍ରହ୍ମପୁର ଜେଲ ରେ ରହିଥିଲେ। ଘୃତଲତା ଏଭଳି ସମୟରେ ଘରର ସମସ୍ତ କଥା ବୁଝିବା ସହ ଘରକୁ ଆସୁଥିବା ଆନ୍ଦୋଳନ। କାରୀଙ୍କୁ ସମସ୍ତ ସହଯୋଗ ଦେଇଥିଲେ। ଜଣେ ସରଳ ଧର୍ମପରାୟଣ ମହିଳା ଭାବେ ତାଙ୍କର ବେଶ୍ ସୁନାମ ଥିଲା।ମୃତ୍ୟୁ ବେଳକୁ ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ଡେପୁଟି କଲେକ୍ଟର ଅଭୟ ପ୍ରଧାନଙ୍କ ସହ ଅନ୍ୟ ପୁଅ ବୋହୂ, ଝିଅ ଜ୍ବାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ। ଅପରାହ୍ନରେ ଗାଁ ଶ୍ମଶାନରେ ଘୃତଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ସ୍ୱାଧୀନତା ସଂଗ୍ରାମୀ ହୃଷିକେଶ ପ୍ରଧାନଙ୍କ ପତ୍ନୀ ବିୟୋଗ
- Post published:January 18, 2022
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Biswaranjan Pattnaik

Tags: Angul