ପୁରୁଣାଗଡରୁ ବାରହା ଓ କୁଟୁରା ମାଂସ ଜବତ: ଜଣେ ଗିରଫ

You are currently viewing ପୁରୁଣାଗଡରୁ ବାରହା ଓ କୁଟୁରା ମାଂସ ଜବତ: ଜଣେ ଗିରଫ

ଅନୁଗୁଳ: ଆଜି ଅନୁଗୁଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପୁରଣାଗଡ ସେକ୍ସନର କଳାପାଟ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଚଢ଼ାଉ କରି ୫୦ କିଲୋ ବାରହା ମାଂସ ଏବଂ ୬ କିଲୋ କୁଟୁରା ମାଂସ ସହ ପାଞ୍ଚ କେଜି ଜୀଆଇ ତାର ଏବଂ ଶିକାର ପାଇଁ ବ୍ୟବହୃତ ବାଡ଼ି ଆଦି ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି।

ଗିରଫ ବ୍ୟକ୍ତି ଜଣକ ହେଲେ ରାମିମୁଣ୍ଡା ଗାଁର ଜୀବନ ନାୟକ। ଜବତ ସାମଗ୍ରୀ ଅନୁଗୁଳ ରେଞ୍ଜ ଅଫିସକୁ ସ୍ଥାନାନ୍ତର କରାଯାଇଛି।ଏହି ଚଢାଉ ରେ ଗତିକୃଷ୍ଣ ବେହେରା, ଫରେଷ୍ଟର, ଋତୁପର୍ଣ୍ଣା ବିଶ୍ଵାଳ, ଜୟସ୍ମିତା ସାହୁ ଫରେଷ୍ଟ ଗାର୍ଡ, ସିଦ୍ଧାନ୍ତ ଦାସ,ପ୍ରିତିରଞ୍ଜନ ଦାସ,ବୁଲୁ ସାହୁ, ପ୍ରଦ୍ୟୁମ୍ନ ବେହେରା ଫରେଷ୍ଟ ଗାର୍ଡ ଏବଂ ଅମୂଲ୍ୟ ସାହୁ ଗଜ ମିତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Share

Leave a Reply