ଜିଲ୍ଲା ଆଇନସେବା ପ୍ରାଧିକରଣର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୭୭ଟି ପ୍ରାକ ମୋକଦ୍ଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୭୪ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୧୮ଲକ୍ଷ ୮୮ହଜାର ୩୧ ଟଙ୍କାର ଆଦାୟ କରାଯାଇଛି। ୩ଟି ଜନ ଉପଯୋଗୀ ସେବା ମାମଲାର ଫଇସଲା କରାଯାଇଛି। ସେହିପରି ୧୫୫ଟି ବିଚାରଧିନ ମାମଲାର ଫଇସଲା କରାଯାଇଛି। ସେଥିମଧ୍ୟରୁ ୩୪ଟି ମୋଟର ଜାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୨କୋଟି ୬୫ଲକ୍ଷ ୫ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଛି। ୧୪ଟି ଚେକ ବାଉନ୍ସ ମାମଲାର ବିଚାର କରାଯାଇ ୮୧ଲକ୍ଷ ୮୩ ହଜାର ୭୫୪ ଟଙ୍କା ଆଦାୟ କରାଯାଇଛି। ୪୯ଟି ଦେୱାନୀ ମାମଲାର ସମାଧାନ କରାଯାଇଛି। ୧୧ଟି ବିଚାରଧିନ ବ୍ୟାଙ୍କ ସମ୍ପର୍କିତ ମାମଲା, ୧୫ଟି ପାରିବାରିକ ମାମଲା(ଛାଡପତ୍ର ବ୍ୟତୀତ), ୩୨ଟି ଫୌଜଦାରୀ ମାମଲାର ସମାଧାନ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର, ଆଠମଲିକ, ପାଲଲହଡା, ଛେଣ୍ଡିପଦା ଓ ବଂରପାଳରେ ଥିବା ଅଦାଲତ ଗୁଡିକ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ଡ଼ଃ ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତଟି ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତଟିରେ ଅନୁଗୁଳ ଅଦାଲତର ବିଚାରପତିଗଣ, ସରକାରୀ ଓକିଲ, ଅନୁଗୁଳ କୋର୍ଟର ଆଇନଜୀବୀ, ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ସରକାରଙ୍କ ସମସ୍ତ ପ୍ରକାରର କାରୋନା ନିୟମ ଓ କଟକଣାକୁ ଅବଲମ୍ବନ କରି ଏହି ଲୋକ ଅଦାଲତଟି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଏସ୍ ଶୁଭଲକ୍ଷ୍ମୀ ପରିଚାଳନା କରିଥିଲେ।

online coaching

Leave A Reply

Your email address will not be published.