ଧାନ ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ବାରହା

You are currently viewing ଧାନ ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ବାରହା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଚାଷବହୁଳ ଅଞ୍ଚଳରେ ଧାନ ଚାଷ ମୁଖ୍ୟ ଜୀବିକା। କିନ୍ତୁ ବ୍ରାହ୍ମଣବିଲ ଗ୍ରାମରେ ଅନେକ ଦିନ ହେଲା ଶହ ଶହ ଜଙ୍ଗଲୀ ବାରହାଙ୍କ ଉତ୍ପାତ ଯୋଗୁଁ ଚାଷୀମାନେ ଚିନ୍ତାରେ। ପୋଟଳ, କଦଳୀ ଓ ପନିପରିବା ଫସଲ ନିତିଦିନିଆ ନଷ୍ଟ ହେବାରୁ ଚାଷୀମାନେ ଧୀରେ ଧୀରେ ପରିବା ଚାଷ ଛାଡ଼ୁଛନ୍ତି ଏବଂ ଧାନ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି।

କିନ୍ତୁ ଧାନ ଅମଳ ସମୟ ପାଖେଇଲା ବେଳେ ଏହି ସୁନା ଫସଲକୁ ମଧ୍ୟ ଜଙ୍ଗଲୀ ବାରହାମାନେ ନଷ୍ଟ କରୁଛନ୍ତି। ଶୀତ ରାତିରେ ଚାଷୀମାନେ ଘର ଛାଡ଼ି ଫସଲ ଜଗିବାକୁ ବାଧ୍ୟ ହେଉଛନ୍ତି। ବନ ବିଭାଗ କର୍ମଚାରୀମାନେ ବାରହାମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କଲେ ମଧ୍ୟ ସବୁଆଡ଼େ ସଫଳତା ମିଳୁନାହିଁ। ସରକାରଙ୍କ ଅନୁକମ୍ପା ରାଶି ଫସଲର ଶତକଡ଼ା ୧୦ ଭାଗ ବି ନ ମିଳି ଚାଷୀମାନେ ‘ସମୁଦ୍ରକୁ ଶଙ୍ଖ’ ଭଳି ଅନୁଭବ କରୁଛନ୍ତି। ତେଣୁ ଅଞ୍ଚଳର ଚାଷୀମାନେ ଅନୁକମ୍ପା ରାଶି ବୃଦ୍ଧି ଏବଂ ଅଧିକ ସଂଖ୍ୟାରେ ବନ କର୍ମଚାରୀ ନିଯୁକ୍ତି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share

Leave a Reply