ଆଲୁମିନିୟମ ପାର୍କ ନିକଟରେ ଆଡ୍ଡା ଜମାଇଛନ୍ତି ୩୮ ଟିକିଆ ହାତୀପଲ, ଜଗି ବସିଛି ବନ ବିଭାଗ

You are currently viewing ଆଲୁମିନିୟମ ପାର୍କ ନିକଟରେ ଆଡ୍ଡା ଜମାଇଛନ୍ତି ୩୮ ଟିକିଆ ହାତୀପଲ, ଜଗି ବସିଛି ବନ ବିଭାଗ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ତାଳଚେର ବନାଞ୍ଚଳ ଗଣ୍ଠିଗାଡ଼ିଆ ସେକ୍ସନର ଆଲୁମିନିୟମ ପାର୍କ ନିକଟରେ ଆଡ୍ଡା ଜମାଇଛନ୍ତି ହାତୀ ପଲ। ରବିବାର ୩୮ ଟିକିଆ ହାତୀପଲ ରାସ୍ତାପାର ହେଉଥିବା ଦେଖାଯାଇଥିଲା। ରବିବାର ଅପରାହ୍ନ ସମୟରେ ହାତୀ ପଲ ଗାଢ଼ରଖାଇ ଅଞ୍ଚଳରୁ ଆଲୁମିନିୟମ ପାର୍କର ମୁଖ୍ୟ ରାସ୍ତା ଅତିକ୍ରମ କରି ତୁଳସୀପାଳ ଗାଁ ଆଡ଼କୁ ମୁହାଁଇଥିଲେ।

ସୋମବାର ସକାଳେ ଏହି ହାତୀ ପଲ ଦୁଇ ଭାଗରେ ବିଭକ୍ତ ହୋଇଥିଲେ। ଗୋଟିଏ ଦଳ ତୁଳସୀପାଳ ଓ ଅନ୍ୟ ଦଳ ଗଣ୍ଠିଗାଡ଼ିଆ ଅଞ୍ଚଳରେ ରହିଥିବା ସୂଚନା ମିଳିଛି। ଦିନ ବେଳା ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ବେଳେ ସନ୍ଧ୍ୟାରେ ହାତୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ନିକଟସ୍ଥ ଜଙ୍ଗଲକୁ ଫେରାଇ ନେବାକୁ ଉଦ୍ୟମ କରାଯିବ ବୋଲି ତାଳଚେର ବନାଞ୍ଚଳ ଅଧିକାରୀ ହିମାଂଶୁ ପୃଷ୍ଟି ସୂଚନା ଦେଇଛନ୍ତି।

Share

Leave a Reply