ସୂର୍ଯ୍ୟ ଇକୋ ରେସର୍ଟସ ପକ୍ଷରୁ ବନ୍ୟ ପ୍ରାଣୀ ସପ୍ତାହ-୨୦୨୩

You are currently viewing ସୂର୍ଯ୍ୟ ଇକୋ ରେସର୍ଟସ ପକ୍ଷରୁ ବନ୍ୟ ପ୍ରାଣୀ ସପ୍ତାହ-୨୦୨୩

ଅନୁଗୁଳ: ୬୯ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଅବସରରେ ଆଜି ସୂର୍ଯ୍ୟ ଇକୋ ରେସର୍ଟସ ପକ୍ଷରୁ ମାଣିକ ଯୋଡ଼ି ଉଚ୍ଚ ବିଦ୍ୟାଳୟ ପରିସରରେ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ବନ୍ୟ ପ୍ରାଣୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବା ଏବଂ ସେମାନଙ୍କୁ ସୁରକ୍ଷା ଦେବା ଏହି ସମାରୋହର ମୂଳ ଲକ୍ଷ୍ୟ। ବୃକ୍ଷଲତା ଓ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ସହ ପ୍ରକୃତିର ଜୈବ ବିବିଧତାକୁ ସଂରକ୍ଷଣ କରିବାରେ ସୂର୍ଯ୍ୟ ଇକୋ ରେସର୍ଟସ ଯୋଜନା ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରିଛି।ସ୍ଥାନୀୟ ଜନସାଧାରଣଙ୍କ ଜୀବନ ଜୀବିକାର ଉନ୍ନତି ସହ ଏ ଅଞ୍ଚଳର କଳା ସଂସ୍କୃତିକୁ ଲୋକାଭିମୁଖୀ କରିବା ପାଇଁ ରେସର୍ଟ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି।

ଏହି ସମାରୋହରେ ରେଶର୍ଟସର ପ୍ରବନ୍ଧ ନିର୍ଦ୍ଦେଶକ ବିଶ୍ୱଜିତ୍ ପଟ୍ଟନାୟକ,ପରିବେଶ ବୈଜ୍ଞାନିକ ଡା ମିହିର ପଟ୍ଟନାୟକ,ଅବସରପ୍ରାପ୍ତ ଅଧ୍ୟାପକ ଡା କୁଳମଣି ନାୟକ, ଲାୟନ୍ ହେମନ୍ତ ଦାସ, ପ୍ରଭାତ୍ ପାଳିତ,ସରପଞ୍ଚ ସୁରେଶ ପ୍ରଧାନ,ସ୍କୁଲର ପରିଧାନ ଶିକ୍ଷକ ପ୍ରାଣବନ୍ଧୁ ସାହୁ,ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ଓ ତନୁଜା ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply