ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ, ଥାନାରେ ମାମଲା

You are currently viewing ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ, ଥାନାରେ ମାମଲା

ଅନୁଗୁଳ: ଜଣେ ବ୍ୟକ୍ତିଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ କେହି ଦୁର୍ବୃତ୍ତ କୋଡ୍ ବ୍ୟବହାର କରି ଦୁଇ ଥରରେ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗକାରୀ ହେଉଛନ୍ତି ବଅଁରପାଳ ଥାନା ଅନ୍ତର୍ଗତ ଝଝରୀବାହାଳ ବରସାହି ଗ୍ରାମର ଅଶୋକ କୁମାର ପ୍ରଧାନ। ତାଙ୍କର ଇଣ୍ଡିଆନ୍ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଗାଏବ ହୋଇଛି। ପ୍ରଧାନ ଏନେଇ ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply