ଶୋଇବା ଘର ଦଉଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

You are currently viewing ଶୋଇବା ଘର ଦଉଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ଅମଲାପଡ଼ାରେ ଜଣେ ମହିଳା ଶୋଇବା ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାଁ ଲିପ୍ସାମୟୀ ଦେହୁରୀ (୩୫)। ମହିଳାଙ୍କ ପରିବାର ଲୋକ ଅନ୍ୟ ଏକ କୋଠରୀରେ ଶୋଇଥିବା ବେଳେ ଲିପ୍ସାମୟୀ ନିଜ ଶୋଇବା ଘରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଲିପ୍ସାଙ୍କ ସ୍ୱାମୀ ପ୍ରଦୀପ ଦେହୁରୀ ଜଣେ ବ୍ୟାଙ୍କ ଅଧିକାରୀ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ତେବେ ଲିପ୍ସାମୟୀ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ଜଣା ପଡ଼ିନାହିଁ। ପୋଲିସ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ଜଣାଯାଇଛି।

Share

Leave a Reply