ମହିଳାଙ୍କ ଉପରେ ଚଢ଼ିଗଲା ଲକ୍ଷ୍ମୀ ବସ୍, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

You are currently viewing ମହିଳାଙ୍କ ଉପରେ ଚଢ଼ିଗଲା ଲକ୍ଷ୍ମୀ ବସ୍, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଅନୁଗୁଳ: ମହିଳାଙ୍କ ଉପରେ ଚଢ଼ିଗଲା ଲକ୍ଷ୍ମୀ ବସ୍। ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି। ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ଼ କେରଜାଙ୍ଗ ଗାଁରେ ଆଜି ଏଭଳି ଅଘଟଣ ଘଟିଛି। ଗୁରୁତର ମହିଳା ହେଲେ ଗାଁର ସରୋଜିନୀ ମହାରଣା (୪୫)।

ସୂଚନା ମୁତାବକ, ସରୋଜିନୀ ଢେଙ୍କାନାଳ ଜିଲ୍ଲା ପିତିରି ପଞ୍ଚାୟତର ଖଇରାମୁଣ୍ଡା ଗାଁରେ ରଞ୍ଜନ ମହାରଣାକୁ ବିବାହ କରିଛନ୍ତି। କିଛି ଦିନ ତଳେ ସେ ବାପ ଘର ବଡକେରଜାଙ୍ଗ ଆସିଥିଲେ। ଆଜି ସକାଳେ ପିତିରି ଯିବେ ବୋଲି ସେ ବଡକେରଜାଙ୍ଗ ଗାଁ ଛକ ଠାରେ ଲକ୍ଷ୍ମୀ ବସକୁ ଚଢିବା ବେଳେ କେହି ତାଙ୍କୁ ଠେଲି ଦେଇଥିଲା। ଫଳରେ ସରୋଜିନୀଙ୍କ ବାମ ଗୋଡ଼ ଉପରେ ବସ୍ ଚକା ଚଢି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ବସ୍ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

Share

Leave a Reply