ଅଜଣା ଟ୍ରକ୍ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ୨ ପୁଅ ଗୁରୁତର

You are currently viewing ଅଜଣା ଟ୍ରକ୍ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ୨ ପୁଅ ଗୁରୁତର

ଅନୁଗୁଳ: ବଅଁରପାଳ ମେଡିକାଲ ନିକଟସ୍ଥ ୧୪୯ ନମ୍ୱର ଜାତୀୟ ରାଜପଥରେ ଆଜି ଏକ ଅଜଣା ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଓଡାପଡା ବ୍ଲକ୍ ମୋଟଙ୍ଗା ଥାନା ଅଞ୍ଚଳର ସୁରଭି ଗାଁର ସଂସାରୀ ପେଣ୍ଠୋଇ, ସ୍ତ୍ରୀ ରିଲି ପେଣ୍ଠୋଇ ଓ ୨ ପୁଅକୁ ନେଇ ସକାଳ ୧୦ଟା ବେଳେ ଶ୍ୱଶୁର ଘରୁ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ବଅଁରପାଳ ମେଡିକାଲ ସମ୍ମୁଖ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇ ରିଲିଙ୍କ ଉପରେ ଚଢି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ବଅଁରପାଳ ମେଡିକାଲ ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ରିଲିଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନେ ଏବେ ବି ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Share

Leave a Reply