ଆଜି ସଧବା ନାରୀଙ୍କ ବ୍ରତ ‘ସାବିତ୍ରୀ’: ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା ରଖିଛନ୍ତି ପତ୍ନୀ

0

ଆଜି ପବିତ୍ର ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପ୍ରତି ସଧବା ସ୍ତ୍ରୀ ଏହି ବ୍ରତ ରଖିଥାନ୍ତି। ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜ୍ର କରିବା ପାଇଁ ମାନସିକ କରି ପତ୍ନୀମାନେ ଏହି ବ୍ରତ ପାଳିଥାଆନ୍ତି।

କିମ୍ବଦନ୍ତୀ ଅନୁସାରେ, ବିବାହିତା ମହିଳାମାନେ ଏହି ବ୍ରତ କରିଥାନ୍ତି। ଜୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ ହୁଏ। ସାବିତ୍ରୀ ସଧବା ନାରୀଙ୍କର ଆଦର୍ଶ। ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ପ୍ରତ୍ୟେକ ବିବାହିତ ନାରୀ।

ସାବିତ୍ରୀ ବ୍ରତ ଦିନ ସଧବା ସ୍ତ୍ରୀ ସକାଳୁ ମନ୍ଦିର ଯାଇ ଶାଢ଼ି, ଶଙ୍ଖା ଓ ସିନ୍ଦୁର ପୂଜା କରିବା ସହ ନିର୍ଜଳା ବ୍ରତ ରଖିଥାନ୍ତି। ଏହି ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ ଗାୟତ୍ରୀ। ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଥିଲେ ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ପୂଜା କରାଯାଏ ।

ପୁରାଣ କହେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ । ଏହା ସମ୍ଭବ ହୋଇଥିଲା କେବଳ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ । ତେଣୁ ପ୍ରତ୍ୟେକ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ପାଳନ କରିଥାଏ ସାବିତ୍ରୀ ବ୍ରତ ।

Leave A Reply

Your email address will not be published.

error: Content is protected !!