CADLAB

ଦୋକାନ ସିଲ୍, ୭ ହଜାର ଜରିମାନା ଆଦାୟ

0

ଅନୁଗୁଳ: ଜିଲ୍ଲାରେ ଦ୍ରୁତ ସଂକ୍ରମଣ ସତ୍ତ୍ଵେ ସାମାଜିକ ଦୂରତ୍ୱ ଓ ମାସ୍କକୁ ଗୁରୁତ୍ବ ଦେଉନାହାନ୍ତି। କଟକଣାରେ ମଧ୍ୟ ସହରର ବିଭିନ୍ନ ଦୋକାନରେ ଭିଡ଼ ଲାଗୁଛି। ସୋମବାର ପୂର୍ବାହ୍ନରେ ଅନୁଗୁଳ ବଜାରରେ ପ୍ରବଳ ଭିଡ଼ ହୋଇଥିଲା । ଅନୁଗୁଳ ଥାନା ପୁଲିସ୍‌ ପକ୍ଷରୁ ବଜାରରେ ଚଢ଼ାଉ କରାଯାଇଥିଲା । ସଞ୍ଜିବନୀ ମାର୍କେଟ୍‌ରେ ଥିବା ଏକ ରାସନ ଦୋକାନରେ ପ୍ରବଳ ଗହଳି ହୋଇଥିବାରୁ ଦୋକାନକୁ ୩ ଦିନ ପାଇଁ ସିଲ୍ କରାଯାଇଛି । ଏଥିସହିତ ଦୋକାନୀ ୨ ହଜାର ଟଙ୍କା ଜରିମାନା ଗଣିଛନ୍ତି । ବଜାରରେ ଆଉ ଏକ ଦୋକାନରେ ଭିଡ଼ ହୋଇଥିବା ବେଳେ ପୁଲିସ୍ ସମ୍ପୃକ୍ତ ଦୋକାନକୁ ୩ ଦିନ ସିଲ୍ ସହ ୫ ହକାର ଟଙ୍କା ଜରିମାନା ଆଦାୟ କରାଯାଇଛି।

Leave A Reply

Your email address will not be published.