କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦ୍ଵାରା ଜେଏସପିଏଲ କୋଭିଡ୍ କେୟାର ସେଣ୍ଟର୍ ଉଦ୍ଘାଟିତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଜେଏସପିଏଲ ଠାରେ ନିର୍ମିତ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ସମେତ ଜେଏସପିଏଲ୍ ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ ଉପସ୍ଥିତ ଥିଲେ ।  ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଜେଏସପିଏଲ୍ ପକ୍ଷରୁ ଏହି କୋଭିଡ୍ କେୟାର ସେଣ୍ଟର ଖୋଲା ଯାଇଛି । ଏହି ସେଣ୍ଟରରେ ୨୭୦ ଟି ଶଯ୍ୟା ରହିଥିବା ବେଳେ ସମସ୍ତ ଶଯ୍ୟାରେ ଅକ୍ସିଜେନର ବ୍ୟବସ୍ଥା ମଧ୍ୟ ରହିଛି । ଏହା ସହ ୫ ଟି ଭେଣ୍ଟିଲେଟର,୧୦ଟି ଏନଆଇଭି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ହେତୁ ଏହି ସେଣ୍ଟର କରୋନା ରୋଗୀ ମାନଙ୍କ ପାଇଁ ବେଶ ସହାୟକ ହେବ ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେଣ୍ଟରକୁ ଲୋକାର୍ପଣ କରିବା ପରେ ବଳରାମପ୍ରସାଦ ଠାରେ ଥିବା ଇଏସଆଇ ହସ୍‌ପିଟାଲ ଓ ତାଳଚେର ଠାରେ ଥିବା ଏମସିଏଲ କୋଭିଡ୍ ହସ୍‌ପିଟାଲ ପରିଦର୍ଶନ କରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.

error: Content is protected !!