ଭାଲୁ ଆକ୍ରମଣରେ ମହିଳା ଗୁରୁତର

You are currently viewing ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡ଼ଙ୍ଗାପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣଙ୍କ ହେଲେ ଡ଼ଙ୍ଗାପାଳ ଗାଁର ବାନା ସେଠୀଙ୍କ ସ୍ତ୍ରୀ କାଞ୍ଚନ ସେଠୀ।

ସୂଚନା ଯୋଗ୍ୟ ଯେ, କାଞ୍ଚନ ସେଠୀ ଆଜି ସକାଳେ ଗାଁ ପାଖ ଖୁଳିପାଳ ବିଲକୁ ଧାନ କାଟିବାକୁ ଯାଇଥିଲେ। ଧାନ କାଟୁଥିବା ବେଳେ ହଠାତ ଏକ ଭାଲୁ ଆସି ତାଙ୍କୁ ପଛରୁ ଆକ୍ରମଣ କରିଥିଲା। କାଞ୍ଚନଙ୍କ ପାଟି ଶୁଣି ସେଠାରେ ଥିବା ଅନ୍ୟ ଧାନକଟାଳି ମାନେ ପାଟି କରିବାରୁ ଭାଲୁଟି ସେଠାରୁ ପଳାଇ ଯାଇଥିଲ। ଭାଲୁ ଆକ୍ରମଣରେ କାଞ୍ଚନ ଗୁରୁତର ଆହତ ହେଵା ସହିତ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share

Leave a Reply