ଟ୍ରେନରୁ ପଡି ମହିଳା ଗୁରୁତର

You are currently viewing ଟ୍ରେନରୁ ପଡି ମହିଳା ଗୁରୁତର

ଅନୁଗୁଳ: ସୋମବାର ବିଳମ୍ବିତ ରାତିରେ ବଇଣ୍ଡା ରେଳ ଷ୍ଟେସନ ନିକଟରେ ଜଣେ ମହିଳା ଟ୍ରେନରୁ ପଡି ଗୁରୁତର ହୋଇଛନ୍ତି।ଗୁରୁତର ମହିଳାଙ୍କ ନାଁ ସୁଜାତା ସାହୁ।ତାଙ୍କ ଘର କିଶୋରନଗର ଅଞ୍ଚଳର ତୁରୁଡ଼ା ଗାଁରେ ସପରିବାର ଟ୍ରେନ ଯାତ୍ରା କରୁଥିବା ବେଳେ ଉପରୋକ୍ତ ସ୍ଥାନରେ ଗଳି ପଡ଼ିଥିଲେ। ତାଙ୍କର ଡାହାଣ ହାତ ବିଶେଷ କ୍ଷତିଗ୍ରସ୍ତ ହୋଇଛି।

ସେ ଅଧିକ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାରୁ କଟକ ସ୍ଥାନାନ୍ତର ହୋଇଛନ୍ତି। ତେବେ ଦୁର୍ଘଟଣା ସମ୍ପର୍କରେ ଆଉ ଅଧିକ ତଥ୍ୟ ମିଳି ପାରିନାହିଁ।

Share

Leave a Reply