ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ବେନ୍ତପୁର ରାସ୍ତା ବାଙ୍କୀ ହଟିଙ୍ଗ ନିକଟରେ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ତେନ୍ତେଳା ହଟିଙ୍ଗର ସିଲି ମାରାଣ୍ଡି। ମହିଳାଙ୍କ ଝୁଲନ୍ତା ମୃତ ଦେହ ଦେଖି ସ୍ଥାନୀୟବାସୀ ନାଲକୋ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ସିଲି ମାରାଣ୍ଡି ଶାଶୂ ଶ୍ୱଶୁରଙ୍କ ସହ ତେନ୍ତେଳା ହଟିଙ୍ଗରେ ରହୁଥିଲେ। ତାଙ୍କ ସ୍ଵାମୀ ବୁନ୍ଦା ନାଥ ସୋରେନ୍ ହାଇଦ୍ରାବାଦ ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ଇଂଜିନିୟର ଭାବେ କାର୍ଯ୍ୟରତ ରହିଛନ୍ତି।ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ। ଅନ୍ୟପଟେ ମାନୁ ମାଝୀ ହତ୍ୟା କରିଥିବା ଶ୍ୱଶୁର ଘର ଲୋକେ ସନ୍ଦେହ କରୁଥିବା ଜଣାଯାଇଛି।