୫୪ ସିଏଫ୍ଟି ଶାଳ ପଟା ସହ ପିକ୍ଅପ୍ ଗାଡି ଜବତ

You are currently viewing ୫୪ ସିଏଫ୍ଟି ଶାଳ ପଟା ସହ ପିକ୍ଅପ୍ ଗାଡି ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ରାଇଝରଣ ସେକ୍ସନରେ ପାଟ୍ରୋଲିଂ ଚାଲିଥିବା ବେଳେ ଗୋଟିଏ ପିକ୍ଅପ୍ ଗାଡିରେ ଶାଳ ପଟା ଚୋରା ଚାଲାଣ ପାଇଁ ରଖା ଯାଇଥିବା ବେଳେ ଜଙ୍ଗଲ ବିଭାଗ ଅଧିକାରୀ ତାହାକୁ ଜବତ କରିଥିଲେ। ୧୫୦ ଟି ଶାଳ ପଟାର ପରିମାଣ ୫୪.୩୯ ସିଏଫ୍ଟି ହେବ ବୋଲି କୁହା ଯାଉଛି।ଜବତ ପିକ୍ଅପ୍ ଟ୍ରକ୍ ର ନଂ ହେଲା ଓଆର ୧୯ ଇ ୬୬୭୧।

ଜବତ କାଠ ଗୁଡ଼ିକୁ ଛେଣ୍ଡିପଦା ରେଞ୍ଜକୁ ପଠା ଯାଇଛି। ଏହି ପାଟ୍ରୋଲିଙ୍ଗ ଟିମରେ ବେଣୁଧର ବେହେରା ଫରେଷ୍ଟର, ଜ୍ୟୋତ୍ସ୍ନାରାଣୀ ନାଏକ,ପ୍ରଦୀପ ବେହେରା,ଫରେଷ୍ଟର,ବାପି ସାହୁ, ମୂଳିଆ ବେହେରା ଓ ବିପ୍ରବର ସାହୁ ହାତୀ ସ୍କ୍ୱାର୍ଡ ଏବଂ ଚିନଟୁ ଦେହୁରୀ ଗଜ ମିତ୍ର ପ୍ରମୁଖ ସାମିଲ ଥିଲେ ।

Share

Leave a Reply