ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ବଳରାମ ପ୍ରସାଦ ପଞ୍ଚାୟତର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସରରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଜିଲ୍ଲା ପ୍ରଭାରୀ ଯଯାତି ପଟ୍ଟନାୟକଙ୍କ ସହ ସରପଞ୍ଚ ଜୟନ୍ତୀ ସାହୁ, ସମିତି ସଭ୍ୟା କୀର୍ତ୍ତିମୟୀ ସାମଲଙ୍କ ସହ ୱାର୍ଡ ସଦସ୍ୟ ତଥା ଆଇନଜୀବୀ ଉମାକାନ୍ତ ଦାସଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ନୂତନ କାର୍ଯ୍ୟକର୍ତ୍ତା ଚୟନ କରିଥିଲେ।
ସଭାପତି ଭାବେ ଅନିଲ୍ ବେହେରା, ଉପସଭାପତି ବଳରାମ ନାଥ, ସମ୍ପାଦକ ଶ୍ରୀକାନ୍ତ ବରାହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିତେନ୍ଦ୍ର ସାହୁ, ବେଣୁଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସରପଞ୍ଚ ଜୟନ୍ତୀ ସାହୁ ଓ ଅନିଲ ବେହେରା ଧନ୍ୟବାଦ ଦେଇଥିଲେ।