ବାୟୁ ପ୍ରଦୂଷଣ କାରଣ ଓ  ନିରାକରଣ ଉପରେ କର୍ମଶାଳା

You are currently viewing ବାୟୁ ପ୍ରଦୂଷଣ କାରଣ ଓ  ନିରାକରଣ ଉପରେ କର୍ମଶାଳା

ଅନୁଗୁଳ: ବାୟୁ ପ୍ରଦୂଷଣର କାରଣ ଓ ନିରାକରଣ ଉପରେ ଅନୁଗୁଳ କଲେଜରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଇଂ ରମେଶ କୁମାର ଏକ୍କା ଯୋଗ ଦେଇ ବାୟୁ ପ୍ରଦୂଷଣର କାରଣ ଓ ଏହାଦ୍ବାରା ସମାଜର କି କ୍ଷତି ସାଧନ ହୋଇଥାଏ ଏବଂ ଏହି ପ୍ରଦୂଷଣକୁ ହ୍ରାସ ନେଇ କି ପଦକ୍ଷେପ ନିଆ ଯାଇପାରିବ ସେଥିନେଇ ସବିଶେଷ ଆଲୋଚନା କରିଥିଲେ।

କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା ଯୁଗ ପ୍ରକାଶ ଗୌରୀ ଶଙ୍କର ଜେନା,ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ା ବସନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଏ ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପେଣ୍ଟିଂ,ସ୍ଲୋଗାନ ପୋଷ୍ଟର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡ଼ା ଅନସୂୟା ମିଶ୍ର,ନବୀନ କିଶୋର ଜେନା,ଲିଙ୍କନ ବେହେରା,ବିଶ୍ୱଜିତ୍ ନାୟକ, ଗ୍ରନ୍ଥାଗାରିକ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ସୁଶାନ୍ତ କୁମାର ପ୍ରଧାନ କ୍ୱିଜ୍ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଡ଼ା ସ୍ୱାଗତିକା ମିଶ୍ର,ଡ଼ା ରାଜେଶ କୁମାର ମହାନ୍ତ,ପ୍ରକଳ୍ପ ଅଧିକାରୀ ପରିବେଶ ଷ୍ଟଡି,ଭୁବନେଶ୍ୱର ପ୍ରମୁଖ କର୍ମଶାଳାରେ ଉପସ୍ଥିତ ରହି ନିଜସ୍ଵ ମତ ପ୍ରଦାନ କରିଥିଲେ। ଶେଷରେ ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପକ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply