“Enabling Bill Discounting: TReDS” ଉପରେ ଦିନିକିଆ ଶିବିର ଆୟୋଜିତ

You are currently viewing “Enabling Bill Discounting: TReDS” ଉପରେ ଦିନିକିଆ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳର ବ୍ଲାକ୍ ଡାଇମଣ୍ଡ କନଫରେନ୍ସ ହଲ୍‌ରେ RAMP ଅଧୀନରେ “Enabling Bill Discounting: TReDS” ଉପରେ ଦିନିକିଆ ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ MSME ଗୁଡ଼ିକୁ “TReDS:-ଟ୍ରେଡ୍ ରିସିଭେବଲ୍ ଡିସକାଉଣ୍ଟିଂ ସିଷ୍ଟମ୍” ବିଷୟରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ପ୍ରକଳ୍ପ ମନିଟରିଂ ୟୁନିଟ୍-ପିଡବ୍ଲ୍ୟୁସିକୁ ଦାୟିତ୍ୱ ଦିଆଯାଇଥିଲା। ମୁଖ୍ୟ ଅତିଥି ଭାବରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଉପସ୍ଥିତ ଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶିବାଶିଷ କାନୁନଗୋ, ଏବଂ ଜିଲ୍ଲା ଉଦ୍ୟୋଗ ସଂଘର ସଭାପତି ଦୁର୍ଯ୍ୟୋଧନ ମଲ୍ଲ ମଧ୍ଯ ଉପସ୍ଥିତ ଥିଲେ। ଇନଭଏସ୍‌ମାର୍ଟର ଆକାଶ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।

ଅତିଥିମାନେ “ଆତ୍ମନିର୍ଭର ଭାରତ” ଅନ୍ତର୍ଗତ ସ୍ୱଦେଶୀ ଉତ୍ପାଦନର ଗୁରୁତ୍ୱ ଏବଂ ଏମଏସଏମ୍ଇଗୁଡ଼ିକର ଅଭିବୃଦ୍ଧିରେ ଆର୍ଥିକ ଏବଂ ମାର୍କେଟିଂର ଭୂମିକା ଉପରେ ଆଲୋକପାତ କରିଥିଲେ। ମିତ୍ରଭାନୁ ଶତପଥୀ, ବରିଷ୍ଠ ସହଯୋଗୀ, RAMP, SPIU-ଓଡ଼ିଶା RAMP- Raising and Accelerating MSME Performance ଉପରେ ଏକ ସଂକ୍ଷିପ୍ତ ସମୀକ୍ଷା ଉପସ୍ଥାପନ କରିଥିଲେ। ପରେ ଏକ ପ୍ରଶ୍ନୋତ୍ତର ଅଧିବେଶନ ହୋଇଥିଲା। ପରେ କାର୍ଯ୍ୟଶୀଳ ପୁଞ୍ଜି, ନଗଦ ପ୍ରବାହ ଏବଂ ନଗଦ ପ୍ରବାହ ପରିଚାଳନାରେ TReDS ର ଭୂମିକା ଉପରେ ଆଲୋଚନା ହୋଇଥିଲା।

Share

Leave a Reply