ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସରେ କର୍ମଶାଳା

You are currently viewing ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସରେ କର୍ମଶାଳା

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ଅନ୍ତୁଳିଆ ଉଚ୍ଚ ବିଦ୍ୟାଳୟଠାରେ ଗୁରୁବାର ପ୍ରକୃତି ସଂରକ୍ଷଣ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ ତଥା ଜଙ୍ଗଲପ୍ରେମୀ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ତୁଳିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ସାହୁ, ଅନ୍ତୁଳିଆ ଜୈବ ବିବିଧତା ପରିଚାଳନା ସମିତିର ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ପ୍ରଧାନ, କନ୍ତପଡା ଜୈବ ବିବିଧତା ପରିଚାଳନା ସମିତିର ଅଧ୍ୟକ୍ଷ ବିରେନ୍ କୁମାର ପ୍ରଧାନ, ଟାଇଁସି ଜୈବ ବିବିଧତା ପରିଚାଳନା ସମିତିର ଅଧ୍ୟକ୍ଷ ସୁଶୀଲ୍ କୁମାର ପ୍ରଧାନ ଓ ସମିତିର ସମ୍ପାଦକ ତଥା ଜୈବ ବିବଧତା ବିଶେଷଜ୍ଞ ପ୍ରସନ୍ନ କୁମାର ବେହେରା ପ୍ରମୁଖ ଆଲୋଚନା କରି ପ୍ରକାଶ କରିଥିଲେ ଯେ, ପ୍ରକୃତି କୋଳରେ ପ୍ରାକୃତିକ ସମ୍ପଦ ଭରପୁର ରହିଛି। ମାତ୍ର ମାନବ ସମାଜର ଅତ୍ୟଧିକ ବ୍ୟବହାର ଏବଂ ପରିଚାଳନାଗତ ତ୍ରୁଟି ଯୋଗୁଁ ପ୍ରକୃତି ଭାରସାମ୍ୟ ହରାଇବାରେ ଲାଗିଛି। ପ୍ରକୃତି କୋଳରୁ ବହୁ ଜୈବ ବିବିଧତା ବିଲୁପ୍ତ ପାଉଥିବା ଏବଂ ପରିସଂସ୍ଥାକୁ ପ୍ରଭାବିତ କରୁଥିବା କାରଣ ହୋଇଛି ବୋଲି କହିଥିଲେ। ଏହି ଅବସରରେ ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ସ୍ବଦେଶୀ କୃଷି କାର୍ଯ୍ୟ, ଦେଶୀୟ ବିହନର ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇ ଆଲୋଚନା ହୋଇଥିଲା। ପ୍ରକୃତିରେ ଥିବା ସମସ୍ତ ଗଛଲତା, ଜୀବଜନ୍ତୁ, ନଦୀ, ନାଳ, ଝରଣା , ମୃତ୍ତିକା, ବାୟୁ, ଜଳାଶୟର ସୁରକ୍ଷା ଆବଶ୍ୟକ। ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଛାତ୍ରଛାତ୍ରୀ ଯତ୍ନବାନ୍ ହେବାକୁ ପରାମର୍ଶ ଦିଆଯାଇଥିଲା।

ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅନ୍ତୁଳିଆ ସଭାପତି ଭରତ ଚନ୍ଦ୍ର ସାହୁ, ସ୍କୁଲ୍ର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ମାଝୀ ଏବଂ ସମିତିର ସଂଯୋଜକ ଯଶୋବନ୍ତ ସାହୁ ଆୟୋଜନରେ ସହଯୋଗ କରିଥିଲେ।

Share

Leave a Reply