ଅନୁଗୁଳରେ ବିଶ୍ବ ଏଡସ୍ ଦିବସ ପାଳିତ, ରାଲି କରି ସହର ପରିକ୍ରମା କରିବା ସହ ସଚେତନ କଲେ ଛାତ୍ରଛାତ୍ରୀ

You are currently viewing ଅନୁଗୁଳରେ ବିଶ୍ବ ଏଡସ୍ ଦିବସ ପାଳିତ, ରାଲି କରି ସହର ପରିକ୍ରମା କରିବା ସହ ସଚେତନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଛି। ଏହି ଅବସରରେ ପୂର୍ବାହ୍ନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା। ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

ସଭାରେ ସଭାପତିତ୍ୱ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି କହିଛନ୍ତି, ଏଡସ୍ ସମ୍ପର୍କରେ ସଚେତନତା ହିଁ ଏହାକୁ ସମାଜରୁ ନିରାକରଣ ଦିଗରେ ସହାୟକ ହେବ। ଜିଲ୍ଲା ଏଡସ୍ ନିୟନ୍ତ୍ରଣ ଅଧିକାରୀ ଡ.ବିଶ୍ବ ବିହାରୀ ମହାନ୍ତି ଏଡସ୍ ରୋଗର ସୃଷ୍ଟି ସମାଜ ଉପରେ ଏହାର କୁପ୍ରଭାବ ଇତ୍ୟାଦି ଉପରେ ଏକ ବିଶ୍ଳେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ।

୨୫ ଅଗଷ୍ଟରେ ଅନୁଗୁଳ ସଭାଘର ଠାରେ ଅନୁଷ୍ଠିତ ହୋଇଥିବା ନାଟକ ପ୍ରତିଯୋଗିତାରେ ସେବା ନର୍ସିଂ ସ୍କୁଲ ଓ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ନାଲ୍‌କୋର ଡା.ଚିନ୍ମୟ ବାରିକ, ଜେ ଏସ୍ ପି ଏଲର ଡା.ସତ୍ୟଙ୍ଗ ସାଏ, ଜେ ଏସ୍ ପି ଏଲର ଡି ଜିଏମ୍ ଆଶୁତୋଷ ମିଶ୍ର, ଆମ୍ମୁଡ୍ସ୍ ମ୍ୟାନ ବିଭୂତି ଭୂଷଣ ପଟ୍ଟନାୟକ, ଏଡିପିଏଚ୍ଓବ(ପରିବାର କଲ୍ୟାଣ) ଡା. ଅନ୍ତର୍ଯାମୀ ମିଶ୍ର, ଭି ଇଡି ଡା.ପୂର୍ଷମା ଉଦଗାତା, ସିନିୟର ମେଡିକାଲ ଅଫିସର ଡା.ଶାଶ୍ୱତ ସାଗର ମିଶ୍ରଙ୍କ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଏଚ୍‌ ଆଇ ଭି ଏଡସର କ୍ଲିନିକାଲ ସର୍ଭିସ୍ ଅଫିସର ପ୍ରକାଶ କୁମାର ଦାସ ଧନ୍ୟବାଦ ଦେଇଥିଲେ।

Share

Leave a Reply