ଅନୁଗୁଳ: ବିଶ୍ଵ କର୍କଟ ଦିବସ ଅବସରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି। କର୍କଟ ରୋଗକୁ ପ୍ରତିରୋଧ, ଚିକିତ୍ସା ଏବଂ ଏ ସମ୍ପର୍କରେ ସଚେତନତା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଇଛି। ଅନୁଗୁଳ ଭଳି ଶିଳ୍ପ ସମୃଦ୍ଧ ଜିଲ୍ଲାରେ କର୍କଟ ଜନ ସଚେତନତା ଯୋଗୁଁ ପୂର୍ବାପେକ୍ଷା ବେଶ ନିୟନ୍ତ୍ରଣରେ ରହିଛି। ମଦ,ପାନ ଗୁଟଖା, ଜରଦା, ଖଇନି ଏବଂ ମାତ୍ରାଧିକ ଫାଷ୍ଟ ଫୁଡ୍ କର୍କଟ ରୋଗର ଆଶଂକା ବଢ଼ାଇଥାଏ। ତେଣୁ ସନ୍ତୁଳିତ ଖାଦ୍ୟ ଓ ବ୍ୟାୟାମ ରୋଗ ପ୍ରତିରୋଧ ବ୍ୟବସ୍ଥା ତିଆରି କରିଥାଏ। ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ପକ୍ଷରୁ ବିଗତ ଦିନରେ ହୋଇଥିବା ଏକ ଆକଳନରୁ ଜଣା ପଡ଼ିଛି ଯେ, ଓଡ଼ିଶାରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ, ଭଦ୍ରକ ଆଦି ଜିଲ୍ଲାରେ ଅଧିକ କର୍କଟ ରୋଗୀ ଦେଖିବାକୁ ମିଳୁଛନ୍ତି। ଏହି ରିପୋର୍ଟ ଅନୁସାରେ ପୁରୁଷ ମାନଙ୍କୁ ବିଶେଷକରି ଓରାଲ,ଗ୍ୟାଷ୍ଟ୍ରିକ ଓ ଫୁସଫୁସ କ୍ୟାନସର ହେଉଥିବାବେଳେ ମହିଳା ମାନଙ୍କୁ ବ୍ରେଷ୍ଟ କ୍ୟାନସର, ସର୍ଭେକ୍ସ ଓ ଓଭରି କ୍ୟାନସର ଅଧିକା ହେଉଥିବା ଜଣାପଡିଛି।ଅନୁଗୁଳ ମେଡ଼ିକାଲ ଏନ୍ସିଡି ସେଲ ପକ୍ଷରୁ ସଚେତନତା କରାଯାଉଥିବାବେଳେ ଡିଏମଏଫ୍ ଫଣ୍ଡରୁ କ୍ୟାନସର ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି।
ବିଶ୍ଵ କର୍କଟ ଦିବସ: ଅନୁଗୁଳ ସ୍ଥିତି ନିୟନ୍ତ୍ରଣରେ ଅଛି
- Post published:February 4, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul