ସାବିତ୍ରୀ ଓ ରଜ ପାଇଁ କଡ଼ା ହେବ

0

ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ କମୁଛି। ଏହା ଅର୍ଥ ନୁହେଁ, ଅବହେଳା କରିବା। ବରଂ ଏବେ ବି କଠୋର କୋଭିଡ୍ ନିୟମ ପାଳିବାର ଆବଶ୍ୟକତା ରହିଛି। ଆଉ ଏହି ନିୟମକୁ ଆସନ୍ତା ରଜ ଓ ସାବିତ୍ରୀରେ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।  ଜିଲ୍ଲାର କରୋନା ସ୍ଥିତିକୁ ନେଇ ସେ ସମୀକ୍ଷା କରିଥିଲେ I କରୋନା ନିର୍ଦେଶାବଳୀକୁ ସଠିକ୍ ଭାବେ ପାଳନ କରିବା ଉପରେ ସେ ଗୁରୁତ୍ଵ ଦେଇ ଆସନ୍ତା ସାବିତ୍ରୀ ଓ ରଜ ପର୍ବରେ ଜନସମାଗମକୁ ଦୃଷ୍ଟିରେ ରଖି ଏନଫୋର୍ସମେଣ୍ଟକୁ କଡାକଡି ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ତାଳଚେର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁ ଓ ଉପଜିଲ୍ଲାପାଳ ବାସୁଦେବ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!