ଅନୁଗୁଳରେ ବିଶ୍ବ ମଧୁମେହ ଦିବସ ପାଳିତ, ନିୟମିତ ବ୍ୟାୟାମ କରିବା ଉପରେ ଗୁରୁତ୍ୱ

You are currently viewing ଅନୁଗୁଳରେ ବିଶ୍ବ ମଧୁମେହ ଦିବସ ପାଳିତ, ନିୟମିତ ବ୍ୟାୟାମ କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ମଧୁମେହ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା.ଶିବାନନ୍ଦ ମହାନ୍ତି ଅଧ୍ୟକ୍ଷତା କରି ବିଶ୍ବ ମଧୁମେହ ଦିବସର ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ପୂର୍ଣ୍ଣିମା ଉଦ୍ଗାତା ପରିମିତ ଭୋଜନ, ଶାରୀରିକ ବ୍ୟାୟାମ, ନିଶା ଓ ତମାଖୁମାଖୁ ବର୍ଜନ, ଓଜନ ହ୍ରାସ ଓ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରି ମଧୁମେହ ରୋଗକୁ କିପରି ପ୍ରତିରୋଧ କରାଯାଇପାରିବ ବୋଲି ପରାମର୍ଶ ଦେଇଥିଲେ।

ଏହି ଦିବସ ପାଳନ ଉପଲକ୍ଷେ ଏକ ରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଧନଞ୍ଜୟ ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଶ୍ବବିହାରୀ ମହାନ୍ତି, ଏପିଡେମୋଲୋଜିଷ୍ଟ ଡା.ବିନୋଦ କୁମାର ସାହୁ, ଅଜିତ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ସଂଚାର ଅଧିକାରୀ ଶରତ କୁମାର ସାହୁଙ୍କ ସମେତ ଆଶା, ପାରାମେଡିକାଲ ଷ୍ଟାଫ୍, ନର୍ସ ଛାତ୍ରୀ ତଥା ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Share

Leave a Reply