ଜିଲ୍ଲାସ୍ତରୀୟ ଭଲିବଲ ଖେଳାଳି ଚୟନ, ଭାଗ ନେଲେ ୫୮ କ୍ରୀଡ଼ାବିତ୍

0

ଅନୁଗୁଳ: ଅନୁଗୁଳରେ ଜିଲ୍ଲାସ୍ତରୀୟ ଭଲିବଲ ଖେଳାଳି ଚୟନ ଅନୁଗୁଳ ବାସନ୍ତୀ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୮ ଜଣ ଖେଳାଳି ଏହି ଚୟନ ଶିବିରରେ ଭାଗ ନେଇଥିଲେ। ଅନୁଗୁଳ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଆୟୋଜିତ ଏହି ଶିବିରକୁ ବାସନ୍ତୀ ଭଲିବଲ ଟ୍ରଷ୍ଟର ସଭାପତି ପ୍ରତାପ ମାଝୀ, ସମ୍ପାଦକ ସମରେଶ ନାଥ, ଅଶୋକ କୁମାର ରାଉତ ପ୍ରମୁଖ ସହଯୋଗ କରିଥିଲେ। ସିନିୟର ରେଫରି ଶରତ କୁମାର ପାଣି, ନ୍ୟାସନାଲ ଭଳିବଲ ଖେଳାଳି ଦିବ୍ୟ ରଞ୍ଜନ ବେହେରା, ଅନୁଗୁଳର ପୂର୍ବତନ ଭଳିବଲ ଶ୍ରୀକାନ୍ତ କୁମାର ତ୍ରିପାଠୀ ଖେଳାଳିଙ୍କ ଚୟନ କରିଥିଲେ।

ଆଜିର ଏହି ଚୟନ ଶିବିରରେ ପୂର୍ବତନ ଟାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଓ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭିକାରୀ ବନ୍ଧୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଆଜି ହୋଇଥିବା ଶିବିରରୁ ୧୮ ଜଣ ଖେଳାଳି ଚୟନ ହୋଇଥିବା ବେଳେ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡିଶା ଭଳିବଲ ଆସୋସିଏସନ ତରଫରୁ କନ୍ଧମାଳରେ ହେବାକୁ ଥିବା ସିନିୟର ଆନ୍ତଃ ଜିଲ୍ଲା ଭଳିବଲ ଚାମ୍ପିଆୟାନସିପରେ ଭାଗ ନେବେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଡ଼. ଗୌର ଗୋବିନ୍ଦ, ରୁଚିର କୁମାର ଦାସ, ପ୍ରଦୀପ ଦେବତା, ହୃଦାନନ୍ଦ ପଣ୍ଡା, ପ୍ରଭାତ କୁମାର ଦାସଜ଼ କିଶୋର କୁମାର କର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!