ଅନୁଗୁଳ: ସ୍ଥାନୀୟ ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ କ୍ୟୁକୋଷିନ କରାଟେ ସଂଗଠନ ପକ୍ଷରୁ ଏକ ବେଲ୍ଟ ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି।
ସଂଗଠନର ସଭାପତି ସୁରଞ୍ଜନ ରାଜକୁମାର ଓ ସମ୍ପାଦକ ବବିନ ଚନ୍ଦ୍ର ଗଡ଼ନାୟକଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା। ପ୍ରଶିକ୍ଷାର୍ଥୀ ମାନଙ୍କୁ ବର୍ଗୀକରଣ କରାଯାଇ ଫାଇଟ୍ ପରୀକ୍ଷା ଫଳାଫଳ ଅନୁସାରେ ପ୍ରମାଣ ପତ୍ର ଓ ବେଲ୍ଟ ପ୍ରଦାନ କରାଯାଇଥିଲା। ସଂଗଠନର ମୁଖ୍ୟ ପ୍ରଶିକ୍ଷକ ବାସୁଦେବ ସାହୁ ଶିବିର ପରିଚାଳନା କରିଥିଲେ।ସଂଗଠନର ସଦସ୍ୟ ଅଶୋକ ପ୍ରଧାନ, ସୌମ୍ୟରଞ୍ଜନ ବେଉରା, ଦୀପ୍ତି ରଞ୍ଜନ ନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ।











