ଅନୁଗୁଳ: ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସରେ ପ୍ରଥମେ ବାଳକ ବିଭାଗର ନାଲକୋ ଓ ଅନ୍ତୁଳିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନାଲକୋ ୧୫-୦ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ପାଲଲହଡ଼ା ୨-୧ ଗୋଲରେ ଆଠମଲ୍ଲିକକୁ ପରାସ୍ତ କରିଥିଲା। କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌରଗୋବିନ୍ଦ ସାମନ୍ତ ଲଙ୍କ ସମେତ, ରଞ୍ଜନ ମହାକୁଡ଼, କିଶୋର କର,ରମେଶ ସାହୁ,ରୁଚିର ଦାସ, ବସନ୍ତ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ସେହିଭଳି ରେଞ୍ଜର ଟ୍ରେନିଂ କଲେଜ ପଡିଆରେ କବାଡି ଆସୋସିଏସନ୍ ଆନୁକୁଲ୍ୟରେ କବାଡି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ବାଳକ ବିଭାଗରେ କଣିହାଁ ୪୨-୨୬ ପଏଣ୍ଟରେ ବଡକେରାକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସୀଠ,ଆଇନଜୀବୀ ପ୍ରଦୀପ ଦେବତା, ନୀଳମଣି ଦାସ ଲଙ୍କ ସମେତ କ୍ରୀଡା ସଂସଦର ସଦସ୍ୟ ମାନେ ଯୋଗ ଦେଇଥିଲେ।











