ବିଶ୍ବ ଅଣ୍ଡା ଦିବସ: ଅଣ୍ଡାର ଅପମିଶ୍ରଣ ସମ୍ଭବ ନୁହଁ

You are currently viewing ବିଶ୍ବ ଅଣ୍ଡା ଦିବସ: ଅଣ୍ଡାର ଅପମିଶ୍ରଣ ସମ୍ଭବ ନୁହଁ

ଅନୁଗୁଳ: ଅନୁଗୁଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ସକାଳେ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ ଯେ, ଅଣ୍ଡା ଏକମାତ୍ର ଖାଦ୍ୟ ଯାହାକୁ ଅପମିଶ୍ରଣ କରାଯାଇ ପାରିବନାହିଁ। ତେଣୁ ସମସ୍ତେ ଅଣ୍ଡା ଖାଇ ସୁସ୍ଥ ରହିବା ଦରକାର ବୋଲ ପରାମର୍ଶ ଦେଇଥିଲ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମିଳା କୁମାର ସ୍ୱାଇଁ, ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶିବ ପ୍ରସାଦ ପାଢ଼ୀ, ତାଳଚେର ଉପଖଣ୍ଡ ପୁଶୁ ଚିକିତ୍ସା ଧିକାରୀ ଉମେଶ ଚନ୍ଦ୍ର ରାଉତ ଯୋଗ ଦେଇ ଅଣ୍ଡାର ଉପକାରିତ। ଓ କୁକୁଡ଼ା ଚାଷ ନେଇ ମିଳୁଥିବା ସରକାରୀ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ।

ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ ରଞ୍ଜିତ କୁମାର ଦାସ ସ୍ୱାଗତ ଭାଷଣ ଦେବା ସହ କୁକୁଡ଼ା ଅଣ୍ଡାରେ ପ୍ରୋଟିନ, କ।ଲସିୟମ, ଲୌହସାର ଓ ମ।ଗ୍ନେସିୟମ ଆଦି ଖାଦ୍ୟସାର ରହିଥିବା ସମ୍ପର୍କରେ ବସ୍ତୃତ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ ପଟ୍ଟନାୟକ ଜର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସକାଳେ ବିଭିନ୍ନ ବିଦ୍ୟାଳୟ ଓ ଅନଥାଶ୍ରମ ଗୁଡିକରେ ଅଣ୍ଡା ବଣ୍ଟନ କରାଯାଇଥିଲା। ପ୍ରାଣୀ ବିଭାଗ ଅତିରିକ୍ତ ନିର୍ଦେଶକ କେଶବ ଚନ୍ଦ୍ର ନାଥ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply