ଜେଏସପି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ, କରାଗଲା ୬୦୦ ରୁ ଅଧିକ ଚାରାରୋପଣ

You are currently viewing ଜେଏସପି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ, କରାଗଲା ୬୦୦ ରୁ ଅଧିକ ଚାରାରୋପଣ

ଅନୁଗୁଳ: ବିଶ୍ଵ ପରିବେଶ ଦିବସ ଅବସରରେ ବୁଧବାର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅନୁଗୁଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଚଳିତ ବର୍ଷର ବାର୍ତ୍ତା “ଭୂମି ପୁନଃସ୍ଥାପନ ଏବଂ ମରୁଭୂମିକରଣ ଓ ଅକାଳ କୁ ରୋକିବା” ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଥିଲା।

ଏ ଅବସରରେ ଅନୁଗୁଳ ପ୍ରକଳ୍ପ ମୁଖ୍ୟ ପଙ୍କଜ ମଲହାନ୍ ପତାକା ଦେଖାଇ “ପରିବେଶ ପାଇଁ ଦୌଡ଼” ରାଲିର ଶୁଭାରମ୍ଭ କରିଥିଲେ। ଏସ.ଏମ.ଏସ. ମୁଖ୍ୟ ଅତୁଲ ଦୁବେ, ଯୋଗଗୁରୁ ସ୍ବାମୀ ସତ୍ୟବିନ୍ଦୁ ସରସ୍ଵତୀଙ୍କ ସହ ସମସ୍ତ ବିଭାଗୀୟ ମୁଖ୍ୟ, ସବୁ ବିଭାଗର କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗ ଏବଂ ପାର୍ଶ୍ଵ ଗ୍ରାମବାସୀମାନେ ମଧ୍ୟ ମିନି ମାରାଥନରେ ଅଂଶ ଗ୍ରହଣ କରିଥିଲେ। ମିନି ମାରାଥନ ସମାପ୍ତି ପରେ କମ୍ପାନୀ ପରିସରରେ ୬୦୦ ରୁ ଅଧିକ ଚାରାରୋପଣ କରିଥିଲେ।

ପିଲାମାନଙ୍କୁ ପରିବେଶ ସୁରକ୍ଷା ନେଇ ସଚେତନ କରିବା ପାଇଁ ପ୍ରଥମରୁ ଦ୍ଵାଦଶ ଶ୍ରେଣୀକୁ ତିନୋଟି ବର୍ଗରେ ଭାଗ କରାଯାଇ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ସେହିଭଳି ମହିଳା କର୍ମଚାରୀ ଓ ପରିବାର ସଦସ୍ୟାଙ୍କ ମଧ୍ୟରେ ପରିବେଶ ସମ୍ପର୍କିତ କ୍ବିଜ୍ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ଚିତ୍ରାଙ୍କନ, କୁଇଜ୍ ପ୍ରବନ୍ଧ ଲିଖନ ଏବଂ ପରିବେଶ ପାଇଁ ମିନି ମାରାଥନ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ, ମହିଳା ଏବଂ ଅନ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା।

Share

Leave a Reply