କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କର: ବିଧାନସଭାରେ ଦାବି କଲେ ସନାତନ ମହାକୁଡ଼

You are currently viewing କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କର: ବିଧାନସଭାରେ ଦାବି କଲେ ସନାତନ ମହାକୁଡ଼

ଭୁବନେଶ୍ବର: କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କରିଛନ୍ତି ବିଜେଡି ବିଧାୟକ ସନାତନ ମହାକୁଡ଼।

ବିଧାନସଭାରେ ଏକ ଲିଖିତ ପ୍ରଶ୍ନରେ ସନାତକ ଦାବି କରିଛନ୍ତି ଯେ, କାଚ ବୋତଲରେ ମଦ ବିକ୍ରି ହେଉଥିବାରୁ ବ୍ୟବହାର ପରେ ସେହି କାଚ ଅଧିକାଂଶ ଲୋକ ଭାଙ୍ଗି ବାହାରେ ଫିଙ୍ଗୁଛନ୍ତି। କାଚ ବୋତଲ ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ମଦ ବିକ୍ରି ପାଇଁ ସରକାର ଯୋଜନା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ, ରାଜ୍ୟରେ କାଚ ବୋତଲରେ ମଦ ବିକ୍ରି ହେଉଛି। କିନ୍ତୁ ଏହାର ବ୍ୟବହାର ପରେ ମଦ୍ୟପମାନେ ବୋତଲକୁ ରାସ୍ତାଘାଟରେ ପକାଇବା ଓ ଏହାକୁ ମାଡ଼ି ସାଧାରଣ ଲୋକ ଓ ଜୀବଜନ୍ତୁ ଆହତ ହେବା ଖବର ସରକାରଙ୍କ ପାଖରେ ନାହିଁ। ତେବେ ସରକାର କେବଳ କାଚ ମଦ ବୋତଲ ବ୍ୟବହାର କରୁନାହାଁନ୍ତି। ଟେଟ୍ରା ପ୍ୟାକ୍‌ରେ ମଧ୍ୟ ସରକାର ମଦ ବିକ୍ରି ପାଇଁ ବ୍ୟବସ୍ଥା କରିଥିବା ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ।

Share

Leave a Reply