ଅନୁଗୁଳ: ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ରୋଟାରୀ କ୍ଲବ ଅନୁଗୁଳ ରୟାଲ ଓ ଭାରତୀୟ ଚିକିତ୍ସକ ସଂଘ ଅନୁଗୁଳ ଶାଖା ତରଫରୁ ପୁରୁଣା ବସଷ୍ଟାଣ୍ଡସ୍ଥିତ ଡାକ୍ତର ବିଶୋଇ ଭାଇଟାଲିଟି କ୍ଲିନିକରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବ ସଭାପତି ଡାକ୍ତର କୁମାର ସୌମ୍ୟକାନ୍ତ ବିଶୋଇ ହୃତପିଣ୍ଡ ରକ୍ଷଣାବେକ୍ଷଣ ଓ ଧୂମପାନ ଦ୍ୱାରା ହୃଦଘାତର କାରଣ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ପାଦକ ନିହାର ରଞ୍ଜନ ପ୍ରସାଦ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ଜଣାଇଥିଲେ। ଏହି ଶିବିରରେ ୫୨ ଜଣଙ୍କର ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମରେ ବାଣୀ ଦେବ, ଉର୍ମିଳା ଅଗ୍ରୱାଲ, ମଧୁସୂଦନ ଶର୍ମା, ମିଲନ କୁମାର ଅଗ୍ରୱାଲ ଓ ସଞ୍ଜୀବ ଦେହୁରୀ ସହଯୋଗ କରିଥିଲେ।
ବିଶ୍ୱ ହୃତପିଣ୍ଡ ଦିବସ ପାଳନ
- Post published:September 30, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul