ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀକକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ମିଶନ ନିର୍ଦ୍ଦେଶକ ଡା. ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଚ୍ଚ ରକ୍ତଚାପର କାରଣ ଓ ପ୍ରତିକାର ଉପରେ ଆଲୋଚନା କରାଯାଇଥିଲା। ଭେଷଜ ବିଶେଷଜ୍ଞ ଡା. ଦିଗମ୍ବର ସାହୁ ଉଚ୍ଚ ରକ୍ତଚାପକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଡା.ଦିଲ୍ଲୀପ କୁମାର ପଟ୍ଟନାୟକ, ଡା.ବିଶ୍ବବିହାରୀ ମହାନ୍ତି, ଡା.ଧନଞ୍ଜୟ ବେହେରା, ଡା.ପୂର୍ଣ୍ଣିମା ଉଦଗାତା, ଡା. ବିନୋଦ ସାହୁ ବିଶ୍ବ ରକ୍ତ ଚାପ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ପ୍ରଚାର ଓ ପ୍ରସାର ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଜିତ୍ କୁମାର ତ୍ରିପାଠୀ ( ଏମ୍ଏନ୍ସିଡି) ଧନ୍ୟବାଦ ଅର୍ପଣ କରିଥିଲେ।
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳିତ, କାରଣ ଓ ପ୍ରତିକାର ଉପରେ ଆଲୋଚନା
