ଅନୁଗୁଳ: ଆଜି ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଏଥିରକ କଳାରେ ଅନୁଗୁଳ ଜିଲ୍ଲାର ପାସ୍ ହାର ୭୭.୬୩ ରହିଛି।

ଚଳିତବର୍ଷ ପରୀକ୍ଷା ଦେବା ପାଇଁ ଅନୁଗୁଳରୁ ୫୮୮୨ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ୫୮୧୭ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୮ ଜଣ ଅସାଧୁ ଉପାୟ କରି ଧରାପଡ଼ିଥିବା ବେଳେ ୪୫୧୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ୭୪୩ ଜଣ ପ୍ରଥମ ଶ୍ରେଣୀରେ, ୭୯୪ ଜଣ ଦ୍ବିତୀୟ ଶ୍ରେଣୀ ଓ ୨୯୬୩ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ରାଜ୍ୟରେ ପାସ୍ ହାର ୭୯ ପ୍ରତିଶତ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରେ ପାସ୍ ହାର ଏହାଠାରୁ କମ୍ ରହିଛି।
ସେହିପରି ଧନ୍ଦାମୂଳକ ପାଠ୍ୟକ୍ରମରେ ୮୦ ଜଣ ପରୀକ୍ଷା ଦେଇଥିବା ବେଳେ ୩୬ ଜଣ ପାସ୍ କରିଛନ୍ତି। ଏଥିରୁ ୮ ଜଣ ପ୍ରଥମ ଶ୍ରେଣୀରେ, ୧୯ ଜଣ ଦ୍ବିତୀୟ ଶ୍ରେଣୀରେ ଓ ୬ ଜଣ ତୃତୀୟ ଶ୍ରେଣୀ ଲାଭ କରିଛନ୍ତି।