ଏଲିଟ୍ ଏକ୍ସେଲେନ୍ସ କଲେଜର ପ୍ରଥମ ବ୍ୟାଚ୍‌ରେ ୧୦୦% ସଫଳତା, ଶ୍ରୀଶେଶ୍ ବିଦ୍ୟାଳୟ ଟପ୍ପର

You are currently viewing ଏଲିଟ୍ ଏକ୍ସେଲେନ୍ସ କଲେଜର ପ୍ରଥମ ବ୍ୟାଚ୍‌ରେ ୧୦୦% ସଫଳତା, ଶ୍ରୀଶେଶ୍ ବିଦ୍ୟାଳୟ ଟପ୍ପର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଡ଼ସିଂହଡ଼ା ସ୍ଥିତ ଏଲିଟ୍ ଏକ୍ସେଲେନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷର +୨ ବିଜ୍ଞାନ CHSE ବୋର୍ଡ ପରୀକ୍ଷାରେ ଅସାଧାରଣ ସଫଳତା ହାସଲ କରିଛି। ବିଦ୍ୟାଳୟର ପ୍ରଥମ ବ୍ୟାଚ୍‌ର ମୋଟ ୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଶତପ୍ରତିଶତ ସଫଳତା ଆଣିଛନ୍ତି।

ସେଥିମଧ୍ୟରୁ ୩୦ ଜଣ ୭୦% ରୁ ଅଧିକ, ୧୩ ଜଣ ୮୦% ରୁ ଅଧିକ ଏବଂ ୨ ଜଣ ୯୦% ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ଶ୍ରୀଶେଷ ପ୍ରତାପ ପତି ୯୨.୧% ନମ୍ବର ପାଇ କଲେଜ ଟପ୍ପର ହୋଇଛନ୍ତି। ବଡ଼ କଥା ହେଉଛି, ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ଦଶମ ଶ୍ରେଣୀ ତୁଳନାରେ ଏହି ପରୀକ୍ଷାରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଶ୍ରୀଶେଷଙ୍କ ନମ୍ବର ମଧ୍ୟ ମାଟ୍ରିକ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇଛି।

ଏହି ଅଦ୍ଭୁତ ସଫଳତା ପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁଶୀଲ୍ ପ୍ରସାଦ ସାହୁ ଏବଂ ନିର୍ଦ୍ଦେଶକ କିଶୋର ଚନ୍ଦ୍ର ବେହେରା ସମସ୍ତ କୃତୀ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Share

Leave a Reply