କନ୍ଧ ବାରପଟିଆ ଜମିଦାର ସମାଜର ବାର୍ଷିକ ସଭା, ଯୋଗ ଦେଲେ ୧୫ ଗାଁ

You are currently viewing କନ୍ଧ ବାରପଟିଆ ଜମିଦାର ସମାଜର ବାର୍ଷିକ ସଭା, ଯୋଗ ଦେଲେ ୧୫ ଗାଁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ନବଦୀପପୁର ପତ୍ର ଫଡିଠାରେ ଗୁରୁଜାଙ୍ଗ ପୁଞ୍ଜ ବାରପଟିଆ ଜମିଦାର କନ୍ଧ ସମାଜର ବାର୍ଷିକ ସଭା ଅନୁଷ୍ଠିତ ହୋଇଛି। ସମାଜର ସଭାପତି ଦିବାକର ପ୍ରଧାନ ଓ ସମ୍ପାଦକ ନିର୍ମଳ ପ୍ରଧାନଙ୍କ ନେତୃତ୍ୱରେ ପୂର୍ବାହ୍ନରେ ବସିଥିବା ଏହି ବୈଠକରେ ଆଖପାଖ ୧୫ଟି ଗ୍ରାମର ପ୍ରାୟ ୨୦୦ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ।
​ସଭାରେ ସମାଜର ସଂଗଠନକୁ ଅଧିକ ମଜବୁତ କରିବା ସହ ପାରମ୍ପରିକ ରୀତିନୀତି ବଜାୟ ରଖିବାକୁ ଆଲୋଚନା ହୋଇଥିଲା। ଏହାସହିତ ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରାଇବା, ସମାଜର ବିଭିନ୍ନ ବିବାଦର ସମାଧାନ ଏବଂ ସଭ୍ୟମାନଙ୍କ ମଧ୍ୟରେ ଋଣ କାରବାରର ପରିଶୋଧ ଓ ପୁନଃ ବଣ୍ଟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମାଜର ବିକାଶ ଓ ଏକତା ରକ୍ଷା କରିବା ପାଇଁ ସମସ୍ତ ସଦସ୍ୟ ସଂକଳ୍ପ ନେଇଥିଲେ।

Share

Leave a Reply