ଅନୁଗୁଳରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

You are currently viewing ଅନୁଗୁଳରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

ଅନୁଗୁଳ: ଅନୁଗୁଳ ରକ୍ତ ଭଣ୍ଡାର ଟ୍ରେନିଙ୍ଗ ହଲରେ ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଦିଲୀପ ପଟ୍ଟନାୟକ ଏହି ସମାରୋହକୁ ଉଦଘାଟନ କରି ତମ୍ବାଖୁ ସେବନର ଅପକାରିତା ଏବଂ ପରିବେଶ ପ୍ରତି ଏହା କିପରି କ୍ଷତି ସାଧନ କରୁଛି ତାହା ବର୍ଣ୍ଣନା କରିଥିଲେ। ଆଇଡିଏସ୍‌ପି ଅଧିକାରୀ ଡା ବିନୋଦ ସାହୁ ତମ୍ବାଖୁ ତଥା ଗୁଣ୍ଡି, ଗୁଟଖା,ଖଇନି, ସିଗାରେଟରେ ରହିଥିବା ନିକୋଟିନ ମଣିଷକୁ ଦେହକୁ ଯାଇ କିଭଳି କ୍ୟାନ୍ସର ସୃଷ୍ଟି କରାଏ ତାହା ବର୍ଣ୍ଣନା କରିଥିଲେ। ଅନ୍ୟ ସମ୍ମାନିତ ଅତିଥିଙ୍କ ମଧ୍ୟରେ ମ୍ୟାଲେରିଆ ଅଧିକାରୀ ପୂର୍ଣ୍ଣିମା ଉଦ୍‌ଗାତା, ଜିଲ୍ଲା ଯକ୍ଷ୍ମା ଅଧିକାରୀ ବିଶ୍ୱ ପ୍ରକାଶ ମହାନ୍ତି, ଡିପିଏମ ଦିପକ ମହାନ୍ତି,ଏନ୍‌ସିଡି ସହକାରୀ ପ୍ରବନ୍ଧକ ଅଜିତ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ବକ୍ତୃତା,ସ୍ଲୋଗାନ ଏବଂ ପେଣ୍ଟିଙ୍ଗ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

Share

Leave a Reply