ବିଶ୍ଵ ଜନସଂଖ୍ୟା ଦିବସ ପାଳିତ: ପରିବାର ନିୟୋଜନ ନେଇ ସଚେତନ କଲେ ସ୍ୱାସ୍ଥ୍ୟ ଅଧିକାରୀ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ତ୍ରିଲୋଚନ ପ୍ରଧାନ ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ଓ ପରିବାର ନିୟୋଜନ ଏବଂ ସାମାଜିକ ଦାୟିତ୍ବ ଉପରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଦିଲ୍ଲୀପ କୁମାର ପଟ୍ଟନାୟକ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁଥିବା ଗର୍ଭ ନିରୋଧକ ପଦ୍ଧତି ଓ ଆର୍ଥିକ ପ୍ରୋତ୍ସାହନ ବିଷୟରେ ଆଲୋକପାତ କରିଥିଲେ। ଡିଏମ୍ ଆରସିଏଚ୍ ସୂର୍ଯ୍ୟ ପ୍ରତାପ ମାନସିଂହ ଜନ ସଂଖ୍ୟା ନିୟନ୍ତ୍ରଣ ପକ୍ଷ ଜୁଲାଇ ୧୧ ତାରିଖରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଇଥିଲେ । ଏଥିପାଇଁ ସମସ୍ତ ଆଶା ଦିଦି ଓ ସ୍ବାସ୍ଥ୍ୟ କର୍ମୀମାନେ ଯୋଗ୍ୟ ଦମ୍ପତିଙ୍କୁ ଗର୍ଭନିରୋଧକ ପଦ୍ଧତି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଶା, ସ୍ବାସ୍ଥ୍ୟ କର୍ମୀ, ନର୍ସିଂ ଛାତ୍ରୀ ଓ ପାରାମେଡିକାଲ ଷ୍ଟାପ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ଭରତ କୁମାର ସାହୁ ସଂଯୋଜନା କରିଥିଲେ।

Leave A Reply

Your email address will not be published.

error: Content is protected !!