ତୋଫାନ ଯୁବକ ସଂଘ ଆନୁକୂଲ୍ୟରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳତ

You are currently viewing ତୋଫାନ ଯୁବକ ସଂଘ ଆନୁକୂଲ୍ୟରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳତ

ଅନୁଗୁଳ: ତାଳଚେର ବ୍ଲକ ଘଣ୍ଟପଡା ସ୍ଥିତ ତୋଫାନ୍ ଯୁବକ ସଂଘ ଆନୁକୂଲ୍ୟରେ ସଂଘ କାର୍ଯ୍ୟାଳୟ ଠାରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳିତ ହୋଇଯାଇଛି ।

ସଭାପତି ଧିରେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡ୍‌କ୍ରସ୍ ସୋସାଇଟିର ସଂଯୋଜକ ବଳରାମ ପତି ଯୋଗଦେଇ ରେଡ୍‌କ୍ରସ୍ ର ଆଭିମୁଖ୍ୟ ଏବଂ ପ୍ରଥମ ନୋବେଲ୍ ପୁରସ୍କାର ପ୍ରାପ୍ତ ତଥା ଫାଉଣ୍ଡର ଅଫ୍ ରେଡ୍‌କ୍ରସ୍ ସୋସାଇଟି ଜେନ୍ ହେନେରୀ ଡୁନାଟ୍‌ଙ୍କ ଜନ୍ମ ଦିନକୁ ବିଶ୍ୱ ରେଡ୍‌କ୍ରସ୍ ଦିବସ ଭାବେ କାହିଁକି ପାଳିତ ହେଉଛି ସେ ବିଷୟରେ ମତବ୍ୟକ୍ତ କରିଥିଲେ ଏବଂ ରେଡ୍‌କ୍ରସ୍ ସବୁ ସମୟରେ ସବୁ ଠାରେ କିପରି ଭାବେ ପହଞ୍ଚି ପାରିବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଂଚ ସୁନିଲ୍ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ସେଂଟ୍ ଜୋନ ଆମ୍ବୁଲାନ୍ସର ପ୍ରଦୀପ୍ତ କୁମାର ସ୍ୱାଇଁ, ପଂଚୁ ସାହୁ, ଯୁବ ରେଡ୍‌କ୍ରସ ସଦସ୍ୟ ରଞ୍ଜିତ୍ କୁମାର ମହାପାତ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ଆଗାମୀ ଦିନରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ପାଇଁ ସମସ୍ତ ସଦସ୍ୟମାନେ ନିଷ୍ପତି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡ ମେମ୍ବର, ଆଶାକର୍ମି, ଅଙ୍ଗନୱାଡି କର୍ମି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସାହୁ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ସହଯୋଗ ଦେଇଥିଲେ।

Share

Leave a Reply