ଅନୁଗୁଳରେ ବିଶ୍ଵ ତ୍ଵଚା ସ୍ଵାସ୍ଥ୍ୟ ଦିବସ

You are currently viewing ଅନୁଗୁଳରେ ବିଶ୍ଵ ତ୍ଵଚା ସ୍ଵାସ୍ଥ୍ୟ ଦିବସ

ଅନୁଗୁଳ: ଭାରତୀୟ ତ୍ୱଚା ଓ ଯୌନ ଚିକିତ୍ସକ ସଂଘ ଅନୁଗୁଳ ଶାଖା ପକ୍ଷରୁ ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ସହାୟତାରେ ଦୁଇଟି ସ୍ଥାନରେ ମାଗଣା ଚର୍ମ ରୋଗ ଚିକିତ୍ସା ଶିବିର ଆୟୋଜିତ ଲ ହୋଇଥିଲା।

ପ୍ରଥମ ଶିବିରଟି ବଅଁରପାଳ ବ୍ଲକ୍ ଗଡସନ୍ତ୍ରୀ ଗାଁରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଚିକିତ୍ସକ ଡ଼ା ବିଛନ୍ଦ ଚରଣ ପ୍ରଧାନ ଏବଂ ଡ଼ା ବିଶ୍ୱଜିତ୍ ସାମଲ ଶିବିରରେ ଯୋଗ ଦେଇ ଆଜିର ସମାଜରେ ସୁସ୍ଥ ଶରୀର ପାଇଁ ସୁସ୍ଥ ତ୍ବଚାର କିଭଳି ଆବଶ୍ୟକତା ରହିଛି ଏବଂ ବିଭିନ୍ନ ଋତୁରେ ଚର୍ମର କିଭଳି ଯତ୍ନ ନିଆଯିବ ସେଥିନେଇ ପରାମର୍ଶ ଦେଇଥିଲେ। ଏହାଛଡା ବିଭିନ୍ନ ଅସହାୟ ଏବଂ ବରିଷ୍ଠ ନାଗରିକଙ୍କ ଚର୍ମ ରୋଗର ଚିକିତ୍ସା  କରିଥିଲେ।ରୋଟରିଆନ ରାଜେଶ୍ ସରଳିଆ, ମୁରରିଲାଲ ଅଗ୍ରୱାଲ, ମଧୁ ଶର୍ମା, ଅମ୍ବିକା ସାହୁ, ଜୟପ୍ରକାଶ ମୋଦି, ପ୍ରହଲ୍ଲାଦ ରଥ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଦ୍ବିତୀୟ ଶିବିରଟି ଅନୁଗୁଳ ଜେଲରେ ଆୟୋଜିତ ହୋଇଥିଲା। ଡ଼ା ତୁଷାର ମନୋହାରି, ଏବଂ ଡ଼ା ଲକିନା ସାହୁଙ୍କ ତତ୍ତ୍ଵାବଧାନରେ ଅନ୍ତେବାସୀଙ୍କ ବିଭିନ୍ନ ଚର୍ମରୋଗର ଚିକିତ୍ସା କରାଯାଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ, ଜୁଲାଇ ୧୩ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚର୍ମ ରୋଗ ଚିକିତ୍ସା ଶିବିର ମାନ ଆୟୋଜନ କରାଯାଇଛି ଏବଂ ଲୋକ ମାନଙ୍କୁ ଶରୀର ପାଇଁ ସୁସ୍ଥ ଓ ସୁନ୍ଦର ତ୍ୱଚ଼ା କାହିଁକି ଗୁରୁତ୍ୱପୂର୍ଣ୍ଣ ସେଥିନେଇ ପରାମର୍ଶ ଦିଆଯାଇଛି।

Share

Leave a Reply