ବିଶ୍ୱ ଯକ୍ଷ୍ମା ଦିବସ: ଅନୁଗୁଳ ରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା କମୁନି

You are currently viewing ବିଶ୍ୱ ଯକ୍ଷ୍ମା ଦିବସ: ଅନୁଗୁଳ ରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା କମୁନି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଳ୍ପ ବିପ୍ଳବ ପରେ କ୍ୟାନ୍ସର, ଏଚଆଇଭି, ହୃଦସମସ୍ୟା ପରେ ଯକ୍ଷ୍ମା ଅନ୍ୟତମ ମାରକ ରୋଗ ଭାବେ ଉଭା ହୋଇଛି। ଧୂମପାନର ବହୁଳ ବ୍ୟବହାର, କଳ କାରଖାନା ଓ ପାୱାର ପ୍ଲାଣ୍ଟରୁ ନିର୍ଗତ ଉଡ଼ନ୍ତା ପାଉଁଶ, କୋଇଲ।ଖଣି ଆଦି ଯୋଗୁଁ  ଯକ୍ଷ୍ମା ରୋଗ ଅନୁଗୁଳରେ ଅଧିକ ଦେଖା ଦେଇଛି।

ଅନେକ ରୋଗୀ ଯକ୍ଷ୍ମାରେ ଆକ୍ରାନ୍ତ ହେଲେ ମଧ୍ୟ ସରକାରୀ ଡାକ୍ତରଖାନାକୁ ଆସୁନାହାନ୍ତି। ଗ୍ରାମାଞ୍ଚଳର ଏହି ରୋଗୀ ମାନେ କ୍ଵାକ ମାନଙ୍କୁ ଦେଖାଇ ଅଧିକ ଗୁରୁତର ହେଉଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ୨୦୨୧ ବର୍ଷରେ ଅନୁଗୁଳରେ ୧୨୭୪ ଜଣ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିବା ବେଳେ ୨୦୨୨ ରେ ୧୫୫୮ ଏବଂ ୨୦୨୩ ରେ ୧୫୯୭ ଜଣ ଆକ୍ରାନ୍ତ ହୋଇଥିଲେ। ୨୦୨୪ ରେ ୧୫୭୦ ଜଣ ରୋଗୀ ଚି଼ହ୍ନଟ ହୋଇଥିଲେ। ୨୦୨୫ ରେ ଜାନୁୟାରୀରୁ ବର୍ତମାନ ସୁଦ୍ଧା ୨୮୮ ଜଣ ଆକ୍ରାନ୍ତ ହୋଇଛନ୍ତି। ବାରମ୍ବାର କାଶ ହେବା, କଫ ପଡିବା, କଫରେ ରକ୍ତପଡିବା
ଆଦି ଲକ୍ଷଣ ଦେଖା ଦେଲେ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇବା ଉଚିତ।

ଏହି ଔଷଧ ପ୍ରାୟ ୬ ମାସ ଧରି ଖାଇବାକୁ ଥିବା ବେଳେ ଅନେକେ ଅଧାରୁ ଔଷଧ ଛାଡି ଦିଅନ୍ତି। ଏହାଦ୍ୱାରା ରୋଗୀ ଅଧିକ ଗୁରୁତର ହୋଇପଡେ ଏବଂ ଏହି ରୋଗୀ ମାନଙ୍କୁ ଭଲକରିବା କଷ୍ଟ କର ହୋଇପଡେ। ଯକ୍ଷ୍ମା ରୋଗୀଙ୍କ ସହ ମିଶିବା ବେଳେ ଅଧିକ ସତର୍କ ରହିବାକୁ ପଡେ। ରୋଗୀ କଥା କହିଲା ବେଳେ,ନିଃଶ୍ୱାସ ଛାଡିବା ବେଳେ ପାଖ ଲୋକକୁ ବ୍ୟାକଟେରିଆ ଯାଇପାରେ। ଏଣୁ ମାସ୍କ ବ୍ୟବହାର କରିବା, ରୋଗୀ ସହ ମିଶୁଥିଲେ ହାତ ପରିସ୍କାର ରଖିବା ଜରୁରୀ ହୋଇପଡେ। ଏବେ ସରକାର ଯକ୍ଷ୍ମା ପାଇଁ ମାଗଣା ଔଷଧ ବଣ୍ଟନ କରୁଛନ୍ତି। ଯକ୍ଷ୍ମା ହେଲେବ ରୋଗୀ ଦୁର୍ବଳ ହୋଇପଡେ।

ତେଣୁ ଜିନ୍ଦଲ ଫାଉଣ୍ଡେସନ ଭଳି ପ୍ରତିଷ୍ଠାନ ପକ୍ଷରୁ ନିକ୍ଷୟ ଯୋଜନାରେ ଯକ୍ଷ୍ମା ରୋଗୀ ମାନଙ୍କୁ ପୁଷ୍ଟିକର ଶୁଖିଲାଖାଦ୍ୟ ନିଃଶୁଳ୍କ ଦିଆ ଯାଉଛି। ତେବେ ଏବେ ଏନଏଚଏମ କର୍ମଚାରୀ ମାନେ ଷ୍ଟ୍ରାଇକରେ ଥିବାରୁ ଯକ୍ଷ୍ମା ମୁକ୍ତ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply