ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ
ହୋଇଯାଇଛି। ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏହି ସମାରୋହକୁ ଉଦଘାଟନ କରିବା ସହ ଏହି ରୋଗର ନିରା କରଣ ପାଇଁ ନିଆ ଯାଉଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏଡିଏମଓ ଡ଼ା ମାନସ ରଞ୍ଜନ ବିଶ୍ଵାଳ,ଯକ୍ଷ୍ମା ଅଧିକାରୀ ଡ଼ା ବିଶ୍ଵପ୍ରକାଶ ମହାନ୍ତି, ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଧନଞ୍ଜୟ ବେହେରା ଯୋଗ ଦେଇଥିଲେ।ବହୁ ସଂଖ୍ୟାରେ ନର୍ସିଂ ଛାତ୍ରୀ ଫ୍ଲାକକାର୍ଡ ମାନ ଧରି ଯକ୍ଷ୍ମା ରୋଗର ନିରାକରଣ ସଚେତନତା ନେଇ ନଗର ପରିକ୍ରମା କରିଥିଲେ।
ଅନୁଗୁଳରେ ବିଶ୍ଵ ଯକ୍ଷ୍ମା ଦିବସ
